ରାଉରକେଲା : ୩/୮
(ସତ୍ୟାନ୍ୟୁଜ) ଜଙ୍ଗଲରେ ପ୍ରଚୁର ପରିମାଣରେ ଖାଦ୍ୟ ମିଳୁ ନଥିବା ରୁ ଏବେ ହାତୀ ଜନବସତି ମୁହାଁ। ଖାଦ୍ୟ ଅନ୍ୱେଷଣ ରେ ହାତୀ ଏବେ ଚାଲି ଆସିଛି ରାଜପଥ ଉପରକୁ। ରାସ୍ତାରେ ଯାଉଥିବା ଗାଡ଼ି ଗୁଡ଼ିକୁ ଅଟକାଇ ଶୁଣ୍ଢ ବଢ଼ାଇ ଖାଦ୍ୟ ମାଗୁଛି। ଯେଉଁ ଗାଡ଼ି ନରହି ଚାଲି ଯିବାକୁ ଚେଷ୍ଟା କରୁଛି ହାତୀ ସେହି ଗାଡ଼ିକୁ ଧକ୍କା ମାରି ଅଟକାଉଛି। କିନ୍ତୁ କାହାର କୌଣସି କ୍ଷତି କରୁନାହିଁ। ଏପରି ଦୃଶ୍ୟ ଦେଖିବାକୁ ମିଳିଛି ସୁନ୍ଦରଗଡ ଜିଲ୍ଲା କୋଇଡା ଖଣି ଅଞ୍ଚଳରେ । ହାତୀ କାହାର କୌଣସି କ୍ଷତି ନକରି ଖାଦ୍ୟ ଖାଇ ଜଙ୍ଗଲ ଚାଲି ଯାଉଥିବା ବେଳେ ଗାଡ଼ି ଚାଳକ ମାନେ ଆତଙ୍କିତ ଅବସ୍ଥାରେ ଅଛନ୍ତି। ବ୍ୟାପକ ଜଙ୍ଗଲ କଟା ଯୋଗୁଁ ହାତୀ ଖାଦ୍ୟ ଅନ୍ୱେଷଣରେ ସହର ମୁହାଁ ହୋଇଥିବା କୁହା ଯାଉଛି।