ରାଉରକେଲା : ଚେନ୍ ଛିନତାଇ ଗ୍ୟାଙ୍ଗ ର ପର୍ଦ୍ଦାଫାସ।। ୫ ଗିରଫ।। ଲକ୍ଷାଧିକ ଟଙ୍କା ର ଲୁଟ୍ ଗହଣା ଉଦ୍ଧାର।

0 76

ରାଉରକେଲା ପୋଲିସର ବଡ଼ ସଫଳତା: ଚେନ୍ ଛିନତାଇ ଓ ଘରୁ ଚୋରି ଗ୍ୟାଙ୍ଗର ପର୍ଦ୍ଦାଫାଶ, ୫ ଗିରଫ
ରାଉରକେଲା: ୨/୮
(ସତ୍ୟାନ୍ୟୁଜ) ରାଉରକେଲା ପୋଲିସ ଉଦିତନଗର ଥାନାର ଏକ ଚେନ୍ ଛିନତାଇ ମାମଲାର ତଦନ୍ତ କରି ବଡ଼ ସଫଳତା ହାସଲ କରିଛି। ବସନ୍ତୀ କଲୋନୀରେ ଘଟିଥିବା ଚେନ୍ ଛିନତାଇ ଘଟଣାରେ ସଂପୃକ୍ତ ଦୁଇ ମୁଖ୍ୟ ଅଭିଯୁକ୍ତଙ୍କ ସମେତ ମୋଟ ୫ ଜଣଙ୍କୁ ଗିରଫ କରାଯାଇଛି।
ପଚରାଉଚରା ବେଳେ ଅଭିଯୁକ୍ତମାନେ ଉଦିତନଗର ଓ ଛେଣ୍ଡ ଥାନା ଅଞ୍ଚଳରେ ଘଟିଥିବା ଏକାଧିକ ଚେନ୍ ଛିନତାଇ ଓ ଘରୁ ଚୋରି ଘଟଣାରେ ସଂପୃକ୍ତ ଥିବା ସ୍ୱୀକାର କରିଥିଲେ। ସେମାନଙ୍କ ସୂଚନା ଆଧାରରେ ଚୋରା ସାମଗ୍ରୀ କିଣୁଥିବା ଦୁଇ ଜଣଙ୍କୁ ମଧ୍ୟ ଗିରଫ କରାଯାଇଛି।
ତଦନ୍ତ ପରେ ପୋଲିସ୍ ପ୍ରାୟ ୩୮ ଗ୍ରାମ ସୁନା ଅଳଙ୍କାର, ୪୭୧ ଗ୍ରାମ ରୂପା ସାମଗ୍ରୀ, ୬ଟି ମୋବାଇଲ୍ ଫୋନ୍, ୧୫,୫୪୦ ଟଙ୍କା ନଗଦ, ଏକ ରୂପାର ଶ୍ରୀଗଣେଶ ମୂର୍ତ୍ତି ସହ ଅପରାଧରେ ବ୍ୟବହୃତ ଏକ ବାଇକ୍ ଜବତ କରିଛି।
ପୋଲିସ ସୂଚନା ଅନୁଯାୟୀ, ଗିରଫ ଅଭିଯୁକ୍ତମାନେ ପୂର୍ବରୁ ମଧ୍ୟ ଏକାଧିକ ସଙ୍ଗୀନ ଅପରାଧରେ ସଂପୃକ୍ତ ଥିଲେ। ଘଟଣାରେ ଅଧିକ ତଦନ୍ତ ଜାରି ରହିଛି।

Leave A Reply

Your email address will not be published.