ଆଜି ଠାରୁ ପ୍ରସିଦ୍ଧ ବେଦବ୍ୟାସ ପୀଠରେ ଆରମ୍ଭ ହୋଇଛି ଶ୍ରାବଣୀ ମେଳା । ବ
ରାଉରକେଲା:୨/୮
(ସତ୍ୟାନ୍ୟୁଜ): ଆଜି ଠାରୁ ରାଉରକେଲାର ପ୍ରସିଦ୍ଧ ଶୈବ୍ୟ ପୀଠ ବେଦବ୍ୟାସ ଠାରେ ଆରମ୍ଭ ହୋଇଛି ଶ୍ରାବଣୀ ମେଳା । ଏହାର ସଫଳ ଆୟୋଜନ ପାଇଁ ସମସ୍ତ ପ୍ରକାର ବ୍ୟବସ୍ଥା ସରିଛି। ପବିତ୍ର ବ୍ରାହ୍ମଣୀ ନଦୀ ଘାଟରୁ ପାଣି ନେଇ ଶ୍ରଦ୍ଧାଳୁ ମାନେ ଘୋଘର ଧାମ ଦେବଦେବ ମହାଦେବଙ୍କ ନିକଟରେ ଜଳାଭିଷେକ କରିବାକୁ ବାହାରିଛନ୍ତି। ଶାନ୍ତି ଶୃଙ୍ଖଳା ସହ ମେଳା ସୁପରିଚାଳନା ପାଇଁ ବ୍ୟାପକ ପୋଲିସ୍ ବ୍ୟବସ୍ଥା କରା ଯାଇଛି। ୯ ପ୍ଲାଟୁନ୍ ପୋଲିସ ଫୋର୍ସ ସହ ୨୦୦ ହୋମଗାର୍ଡ ମୁତୟନ କରାଯାଇଛି। ଆଜି ଅପରାହ୍ନ ରେ ଅତିରିକ୍ତ ଏସପି ରାଜ କିଶୋର ମିଶ୍ରଙ୍କ ଅଧ୍ୟକ୍ଷତାରେ ସୁରକ୍ଷା ବ୍ୟବସ୍ଥା ବାବଦରେ ବେଦବ୍ୟାସ ଠାରେ ବ୍ରିଫିଂ କରାଯାଇଥିଲା ।
ଅଗଷ୍ଟ ୨ ତାରିଖରୁ ଆରମ୍ଭ ହେଉଥିବା ଶ୍ରାବଣୀ ମେଳା ଯଥାକ୍ରମେ ୯, ୧୬ ଓ ୨୩ ରେ ଅନୁଷ୍ଠିତ ହେବ। ମେଳା ରବିବାର ଦିନ ଆରମ୍ଭ ହୋଇ ସୋମବାର ସକାଳ ପର୍ଯ୍ୟନ୍ତ ଜାରି ରହିବ।
ଜନସମାଗମକୁ ନଜରରେ ରଖି ମନ୍ଦିର ବେଢ଼ା ସହ ନଦୀ ଘାଟ ଗୁଡ଼ିକରେ ପୁରୁଷ ଓ ମହିଳା ମାନଙ୍କ ପାଇଁ ଅଲଗା -ଅଲଗା ବ୍ୟାରିକେଡ ବ୍ୟବସ୍ଥା କରା ଯାଇଛି। ନଦୀ ନିକଟରେ ଓଡ୍ରାଫ ଟିମ୍ ମୁତୟନ କରା ଯାଇଥିବା ବେଳେ ମେଳାରେ ଫାୟାର ଟିମ୍ ଏବଂ ଆମ୍ବୁଲାନ୍ସ ର ବ୍ୟବସ୍ଥା କରା ଯାଇଛି।