ହକି ବିଶ୍ୱକପ ଦେଖିବା ଲାଗି ରାଉରକେଲା ଇସ୍ପାତ ସହରରେ ଦେଖିବାକୁ ମିଳିଛି ପ୍ରବଳ ଉତ୍ସାହ। କେବଳ ଯୁବବର୍ଗ ନୁହନ୍ତି , ସବୁ ବର୍ଗର ଲୋକ ମାନଙ୍କ ମଧ୍ୟରେ ବିଶ୍ୱକପ ଦେଖିବାକୁ ଉତ୍କଣ୍ଠା ବଢି ଚାଲିଛି। ଏହା ଆଜି ଦେଖିବାକୁ ମିଳିଛି ଷ୍ଟାଡିଅମ ନିକଟ ବକ୍ସ ଅଫିସ ଟିକେଟ କାଉଣ୍ଟର ସମ୍ମୁଖରେ। ଅଫଲାଇନ ଟିକେଟ କାଉଣ୍ଟର ଦିନ ୧୧ ଟା ରେ ଖୋଲିବାକୁ ସ୍ଥିର ହୋଇଥିବା ବେଳେ ଭୋର ୫ ଟାରୁ ଟିକେଟ ପାଇଁ ଲୋକ ମାନଙ୍କ ଭିଡ଼ ଲାଗି ରହିଛି। ଯୁବକ , ବୟସ୍କ , ମହିଳା , ଛାତ୍ରଛାତ୍ରୀ ସବୁ ବର୍ଗର କ୍ରୀଡ଼ାପ୍ରେମୀ ଲାଇନ ରେ ଠିଆ ହୋଇଛନ୍ତି। ସମସ୍ତଙ୍କ ମନରେ ପ୍ରବଳ ଉତ୍ସାହ।
ହକି ବିଶ୍ୱକପ ଲାଗି ରାଉରକେଲା ବିରସା ମୁଣ୍ଡା ଅନ୍ତର୍ଜାତୀୟ ହକି ଷ୍ଟାଡିମର ଗେଟ ନମ୍ବର ୨ ଏବଂ ଗେଟ ନମ୍ବର ୬ ରେ ଟିକେଟ ମିଳୁଥିବା ସୂଚନା ରହିଛି। ପୂର୍ବାହ୍ନ ୧୧ଟାରୁ ସନ୍ଧ୍ୟା ୭ଟା ପର୍ଯ୍ୟନ୍ତ ଟିକେଟ କାଉଣ୍ଟର ଖୋଲା ରହିବ ବୋଲି ହକି ଇଣ୍ଡିଆ ପକ୍ଷରୁ ସୂଚନା ଦିଆଯାଇଛି।