ସୁନ୍ଦରଗଡ଼ : ଆନ୍ତଃ ମହାବିଦ୍ୟାଳୟ କ୍ରୀଡା ପ୍ରତିଯୋଗିତା ଉଦଯାପିତ। ୧୬୦୦ ରୁ ଅଧିକ ପ୍ରତିଯୋଗୀ ବିଭିନ୍ନ ବିଭାଗରେ ଭାଗ ନେଇଥିଲେ।

0 212

ସୁନ୍ଦରଗଡ଼ : ୨୯/୧୨(ସତ୍ୟା ନ୍ୟୁଜ) ସୁନ୍ଦରଗଡ଼ ସରକାରୀ ମହାବିଦ୍ୟାଳୟ ଖେଳ ପଡ଼ିଆଠାରେ ଚାଲିଥିବାଚତ ଆନ୍ତଃମହାବିଦ୍ୟାଳୟ କ୍ରୀଡ଼ା ପ୍ରତିଯୋଗିତା ଆଜି ଉଦଯାପିତ ହୋଇଯାଇଛି। ଗତ ତିନି ଦିନ ଧରି ଚାଲିଥିବା ଏହି କ୍ରୀଡା ପ୍ରତିଯୋଗିତାରେ ସୁନ୍ଦରଗଡ଼ ଉପଖଣ୍ଡର ବିଭିନ୍ନ ଉଚ୍ଚ ଶିକ୍ଷାନୁଷ୍ଠାନରୁ ୧୬୦୦ରୁ ଅଧିକ ପ୍ରତିଯୋଗୀ ବିଭିନ୍ନ ପ୍ରତିଯୋଗିତାରେ ଭାଗ ନେଇଥିଲେ।

ଗତ ତିନି ଦିନ ଧରି ଚାଲିଥିବା ଏହି କ୍ରୀଡ଼ା ପ୍ରତିଯୋଗିତାରେ ଉଭୟ ପୁରୁଷ ଓ ମହିଳା ବର୍ଗରେ ବିଭିନ୍ନ କ୍ରୀଡ଼ା ପ୍ରତିଯୋଗିତା ହୋଇଥିଲା। ଖୋ ଖୋ, କବାଡ଼ି, ଭଲିବଲ ସହିତ ଜାଭଲିନ, ଡିସକସ୍ ଥ୍ରୋ, ହାଇ ଜମ୍ପ, ଲଙ୍ଗ ଜମ୍ପ, ୧୦୦ ମିଟର, ୨୦୦ ମିଟର ଏବଂ ୪୦୦ ମିଟର ବର୍ଗରେ ଦୌଡ଼ ପ୍ରତିଯୋଗିତା କରାଯାଇଥିଲା। ବିଭିନ୍ନ ପ୍ରତିଯୋଗିତାର ସଫଳ ପ୍ରତିଯୋଗୀମାନଙ୍କୁ ପୁରସ୍କାର ବାବଦରେ ଟ୍ରଫି, ମେଡାଲ ଓ ମାନପତ୍ର ସହିତ ଅର୍ଥରାଶି ପ୍ରଦାନ କରାଯାଇଥିଲା।

ଆଜିର ଏହି ଉଦଯାପନୀ ଉତ୍ସବରେ ଓଡିଶା ସରକାରଙ୍କ ରାଜ୍ୟ ଯୁବ କଲ୍ୟାଣ ପରିଷଦ ର କାର୍ଯ୍ୟ ନିର୍ବାହୀ ଅଧ୍ୟକ୍ଷ ଶ୍ରୀଯୁକ୍ତ କୁନ ବିହାରୀ ଦାସ, ସୁନ୍ଦରଗଡ଼ ପୌରାଧ୍ୟକ୍ଷା ଶ୍ରୀମତୀ ତନୟା ମିଶ୍ର, ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ରବି ନାରାୟଣ ସାହୁ ଅତିଥି ଭାବେ ଯୋଗ ଦେଇଥିଲେ ଏବଂ ସୁନ୍ଦରଗଡ଼ ସରକାରୀ ମହାବିଦ୍ୟାଳୟର ପ୍ରିନ୍ସିପାଲ ଡକ୍ଟର ଲଳିତ ରଞ୍ଜନ ସାହୁ ତଥା ମହାବିଦ୍ୟାଳୟର କର୍ମଚାରୀ ପ୍ରମୁଖ ଉପସ୍ଥିତ ଥିଲେ। ଉପସ୍ଥିତ ଅତିଥି ମାନେ ଜିଲ୍ଲା ପ୍ରଶାସନର ଏହି ପ୍ରକାର ଅଭିନବ ପଦକ୍ଷେପକୁ ପ୍ରଶଂସା କରିବା ସହିତ ଏହି ଭଳି ପ୍ରତିଯୋଗିତା ଲୁକ୍କାୟିତ ପ୍ରତିଭାକୁ ଆଗକୁ ଆଣିବାରେ ନିଶ୍ଚୟ ସହାୟକ ହୋଇଛି ବୋଲି ମତ ଦେଇଥିଲେ। ଏହା ସହ ଆଗାମୀ ଦିନରେ ଜିଲ୍ଲା ସ୍ତରରେ ହେବାକୁ ଥିବା ପ୍ରତିଯୋଗିତା ନିମନ୍ତେ ଏବେ ଠାରୁ ନିଜକୁ ପ୍ରସ୍ତୁତ ରଖିବାକୁ କୃତି ପ୍ରତିଯୋଗୀମାନଙ୍କୁ ପରାମର୍ଶ ଦେଇଥିଲେ।

ହକି ବିଶ୍ୱ କପ ପାଇଁ ସୁନ୍ଦରଗଡ଼ ଜିଲ୍ଲାରେ ଜନସାଧାରଣଙ୍କୁ ଯୋଡ଼ି ବିଭିନ୍ନ କାର୍ଯ୍ୟକ୍ରମ କରାଯାଉଛି। ଯୁବପିଢ଼ିଙ୍କ ଭିତରେ ଉତ୍ସାହ ସୃଷ୍ଟି କରିବା ପାଇଁ ଗତ ୧୪ ତାରିଖରୁ ଆନ୍ତଃମହାବିଦ୍ୟାଳୟ କ୍ରୀଡ଼ା ପ୍ରତିଯୋଗିତା କରାଯାଉଛି। ସୁନ୍ଦରଗଡ଼ ସମେତ ବଣାଇ ଓ ପାନପୋଷ ଉପଖଣ୍ଡରେ ମଧ୍ୟ ଏହି ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା।

Leave A Reply

Your email address will not be published.