ସୁନ୍ଦରଗଡ : ଫୁଟବଲ ର ଉନ୍ନତି ପାଇଁ ୫୦ ହଜାର ଟଙ୍କା ଦେଲେ କୁନ ବିହାରୀ ଦାସ।। ମହାବିଦ୍ୟାଳୟ ସ୍ତରୀୟ କ୍ରୀଡା ପ୍ରତିଯୋଗିତାରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଲେ।

0 268

ଜାନୁଆରୀ ମାସରେ ରାଉରକେଲା ଏବଂ ଭୁବନେଶ୍ବର ଠାରେ ଅନୁଷ୍ଠିତ ହେବ “ହକି ବିଶ୍ୱକପ ୨୦୨୩। ଏହି ବିଶ୍ୱକପ କୁ ଅଧିକ ଆକର୍ଷଣୀୟ କରିବା ପାଇଁ ବିଶେଷ କରି ଗ୍ରାମାଞ୍ଚଳରେ ଯୁବପିଢ଼ିଙ୍କ ଭିତରେ ଉତ୍ସାହ ସୃଷ୍ଟି କରିବା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ମହାବିଦ୍ୟାଳୟ ସ୍ତରୀୟ କ୍ରୀଡା ପ୍ରତିଯୋଗିତା କରାଯାଉଛି। ରବିବାର ଏହି କାର୍ଯ୍ୟକ୍ରମରେ ଆଜି ସୁନ୍ଦରଗଡ଼ ସରକାରୀ ମହାବିଦ୍ୟାଳୟ ଖେଳପଡିଆରେ ଚାଲିଥିଲା କ୍ରୀଡା ପ୍ରତିଯୋଗିତା। ମୁଖ୍ୟ ଅତିଥି ଭାବେ ଓଡିଶା ସରକାରଙ୍କ ରାଜ୍ୟ ଯୁବ କଲ୍ୟାଣ ପରିଷଦର କାର୍ଯ୍ୟ ନିର୍ବାହୀ ଅଧକ୍ଷ କୁନ ବିହାରୀ ଦାସ ଯୋଗ ଦେଇ ରାଜ୍ୟ ଯୁବ କଲ୍ୟାଣ ପାଣ୍ଠିରୁ ଫୁଟବଲ୍ ପାଇଁ ୫୦,୦୦୦ ଟଙ୍କା ଦେବାକୁ ପ୍ରତିଶ୍ରୁତି ଦେଇଥିଲେ। ଏହି କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥି ଭାବରେ ବିଜେଡି ବରିଷ୍ଠ ନେତା ଶ୍ରୀ ଜୟ ନାରାୟଣ ତ୍ରିପାଠୀ, କାଉନସିଲର ବେଣୁଧର ତାଣ୍ଡିଆ , ଜିଲ୍ଲା ଛାତ୍ର ଜନତା ଦଳର ସଭାପତି ସୟଦ ସେହବାଜ ହୁସେନ ଉପସ୍ଥିତ ରହି ଛାତ୍ରଛାତ୍ରୀଙ୍କୁ ଙ୍କୁ ଉତ୍ସାହିତ କରିଥିଲେ।

Leave A Reply

Your email address will not be published.