ରାଉରକେଲା : ପିକନିକରେ ଅଘଟଣ।। ସେଲ୍ଫି ନେବା ବେଳେ ପାଣିରେ ବୁଡି ଯୁବକ ନିଖୋଜ।। ୧୫ ନମ୍ବର ସେକ୍ଟର ଅଞ୍ଚଳର ଯୁବକ।।

0 885

ରାଉରକେଲା : ୧୮/୧୨(ସତ୍ୟା ନ୍ୟୁଜ)
ସେଲ୍ଫି ହେଲା କାଳ । ସେଲ୍ଫି ନେବା ବେଳେ ଗୋଡ ଖସି ଯାଇ ପାଣି ରେ ବୁଡି ଜଣେ ଯୁବକ ନିଖୋଜ ହୋଇଯାଇଛନ୍ତି । ନିଖୋଜ ଯୁବକ ଜଣକ ରାଉରକେଲା ୧୫ ନମ୍ୱର ସେକ୍ଟର ଅଞ୍ଚଳ ର ସୋମେଶ ମଲ୍ଲିକ ବୋଲି ଜଣା ପଡିଛି। ରାଉରକେଲା ରୁ ସୋମେଶ ତାଙ୍କ ସାଙ୍ଗ ମାନଙ୍କ ସହ କାରରେ ରେ ପିକନିକ୍ ପାଇଁ ବାହାରିଥିଲେ। ତଳସରା ଥାନା ଘୋଘର ନିକଟ ଇବ ନଦୀର ଦର୍ଶନୀୟ ସ୍ଥାନ କାନକୁଣ୍ଡ କୁ ସେମାନେ ଯାଇଥିଲେ । ସେଠାରେ ପଥର ଉପରେ ଛିଡା ହୋଇ ସେଲ୍ଫି ନେବା ବେଳେ ତାଙ୍କ ଗୋଡ ଖସି ଯାଇଥିଲା ଏବଂ ସେ ପାଣି ରେ ପଡ଼ିଯାଇଥିଲେ । ସାଙ୍ଗ ମାନେ ଓ ସ୍ଥାନୀୟ ଲୋକେ ଖୋଜାଖଜି କରିବା ପରେ ନପାଇବାରୁ ଅଗ୍ନିଶମ ବିଭାଗ କୁ ସୂଚନା ଦେଇଥିଲେ। ଅଗ୍ନିଶମ କର୍ମଚାରୀ ପହଞ୍ଚି ଖୋଜାଖୋଜି କରିଥିଲେ ମଧ୍ୟ ବର୍ତ୍ତମାନ ସୁଦ୍ଧା ତାଙ୍କର କୌଣସି ପତ୍ତା ମିଳି ନାହିଁ। ପୁର୍ବରୁ ମଧ୍ୟ ସେହି ପରି ସେଲଫି ନେବାକୁ ଯାଇ ସେହି ସ୍ଥାନରେ ପାଣିରେ ବୁଡି ଦୁଇ ଜଣ ଙ୍କ ମୁତ୍ୟୁ ହୋଇ ସାରିଛି।

Leave A Reply

Your email address will not be published.