ରାଉରକେଲା : ଦାୟିତ୍ବହୀନ ଗାଡି ଚାଳନା ଯୋଗୁଁ ଦୁର୍ଘଟଣା।। ଟ୍ରକ ଧକ୍କାରେ ଏକ ବସ ସମେତ ବହୁ ବାଇକ , ସ୍କୁଟି ଚୁରମାର।

0 448

ସୁନ୍ଦରଗଡ : ୧୮/୧୨(ସତ୍ୟା ନ୍ୟୁଜ) ଗତ କିଛି ଦିନ ହେଲା ଦାୟିତ୍ୱହୀନ ଗାଡି ଚାଳନା ଯୋଗୁଁ ବହୁ ଦୁର୍ଘଟଣା ଘଟୁଛି। ରବିବାର ଦିନ ଏପରି ଏକ ଘଟଣା ଘଟିଛି କୁତ୍ରା ନିକଟ ବିଜୁ ଏକ୍ସପ୍ରେସ ୱେ ରେ। ଏକ ଦ୍ରୁତଗାମୀ ଟ୍ରକ୍ ଧକ୍କାରେ ଏକାଧିକ ଗାଡି ଚୁରମାର ହୋଇଯାଇଛି । ସୁନ୍ଦରଗଡ ଜିଲ୍ଲା କୁତ୍ରା ବସ ଷ୍ଟାଣ୍ଡ ନିକଟ ବିଜୁ ଏକ୍ସପ୍ରେସ ୱେ ରେ ଆଜି ଅପରାହ୍ନରେ ଏହି ଦୁର୍ଘଟଣା ଘଟିଛି। ଏକ ଟ୍ରକ ଧକ୍କାରେ ଏକାଧିକ ବାଇକ ଓ ବସ ଚୁରମାର ହୋଇଥିବା ଜଣାପଡିଛି । ସୂଚନା ଅନୁଯାୟୀ  ଆଜି ରବିବାର କୁତ୍ରାର ସାପ୍ତାହିକ ହାଟପାଳି ଥିବାବେଳେ ଗହଳି ଲାଗି ରହିଥିଲା। ହାଟ ପାଳି ଥିବାରୁ ରାସ୍ତାକଡରେ ବହୁ ବାଇକ୍ , ସ୍କୁଟି ଆଦି ଛିଡାହୋଇଥିଲା ।
ଠାତ ଏକ ଟ୍ରକ୍ ଆସି ରାସ୍ତାରେ ଯାଉଥିବା ଏକ ଯାତ୍ରୀବାହି ବସ ‘ହାଇୱେ ସଫାରି’ କୁ ଧକ୍କା ଦେଇଥିଲା। ବସ କୁ ଧକ୍କା ଦେବା ପରେ ରାସ୍ତାକଡରେ ପାର୍କ କରାଯାଇଥିବା ଥିବା ୫ ଟି ବାଇକ୍ ଓ ସ୍କୁଟିକୁ ଧକ୍କା ଦେଇଥିଲା । ଏଥିରେ ସମସ୍ତ ଗାଡି ଚୁରମାର ହୋଇଯାଇଛି । ସେଠାରେ ଛିଡାଥିବା ଲୋକେ ଦଉଡି ପଳାଇବାରୁ ଅଳ୍ପକେ ବର୍ତ୍ତିଯାଇଥିଲେ । ପରେ କୁତ୍ରା ପୁଲିସ ଘଟଣାସ୍ଥଳରେ ପହଞ୍ଚି ଆହତ ଟ୍ରକ୍ ଚାଳକଙ୍କୁ ଉଦ୍ଧାରକରି ଚିକିତ୍ସା ଲାଗି କୁତ୍ରା ଡାକ୍ତରଖାନାରେ ଭର୍ତ୍ତି କରିଛନ୍ତି।

Leave A Reply

Your email address will not be published.