ସୁନ୍ଦରଗଡ଼ : ବିଶିଷ୍ଟ ସିନେ ନିର୍ଦ୍ଦେଶକ ତଥା ଲେଖକ , ନାଟ୍ୟକାର ପ୍ରଦୀପ ଭୋଳଙ୍କ ପରଲୋକ।। ହୃଦଘାତ ଯୋଗୁଁ ପରଲୋକ ହୋଇଥିବା ସୂଚନା।

0 252

ସୁନ୍ଦରଗଡ଼: ୧୮/୧୨(ସତ୍ୟା ନ୍ୟୁଜ) ଓଡ଼ିଆ ସିନେ ଜଗତର ଜଣାଶୁଣା ନିର୍ଦ୍ଦେଶକ, ଲେଖକ ତଥା ନାଟ୍ୟକାର ପ୍ରଦୀପ ଭୋଳ ଙ୍କ ୫୯ ବର୍ଷ ବୟସରେ ହୃଦଘାତରେ ପରଲୋକ ହୋଇଛି । ପ୍ରଦୀପ ଭୋଳ ଏକାଧାର ରେ ସିନେମା ନିର୍ଦ୍ଦେଶକ, ନାଟ୍ୟକାର ଏବଂ ଲେଖକ ଥିଲେ । ତାଙ୍କ ଦ୍ବାରା ଲିଖିତ ଏବଂ ନିର୍ଦ୍ଦେଶିତ ‘ଚିନି’ ସିନେମା ରାଜ୍ୟ ଶ୍ରେଷ୍ଠ ଚଳଚ୍ଚିତ୍ର ପୁରସ୍କାର ପାଇଥିବା ବେଳେ ପୂର୍ବରୁ ‘ସୁନା ସଙ୍ଖାଳି’, ‘ପବିତ୍ର ବନ୍ଧନ’ ସିନେମା ପ୍ରଦୀପ ଙ୍କୁ ଜଣେ ସଫଳ ସିନେମା ନିର୍ଦ୍ଦେଶ ଭାବେ ପରିଚିତ କରାଇଥିଲା। ତାଙ୍କ ଦ୍ବାରା ଲିଖିତ ଏବଂ ନିର୍ଦ୍ଦେଶିତ ଓଡିଶା ନାଟକ ‘ମାଉ’ ଲିମକା ବୁକ୍ ଅଫ ରେକର୍ଡ ରେ ସ୍ଥାନ ପାଇଛି । ସିନେମା ସହ ସେ ନାଟକ କ୍ଷେତ୍ର ରେ ଅଧିକ ସକ୍ରିୟ ଥିଲେ । ତାଙ୍କ ନିର୍ଦ୍ଦେଶିତ ଅନେକ ନାଟକ ବିଭିନ୍ନ ମଞ୍ଚରେ ଦର୍ଶକଙ୍କ ପ୍ରଶଂସା ସାଉଁଟି ପାରିଛି । ଏବେ ସେ ‘ଭାବ’ ନାମକ ଏକ ନାଟକ ଉପରେ କାର୍ଯ୍ୟ କରୁଥିଲେ । ରବିବାର ସକାଳେ ସେ ଛାତି ଯନ୍ତ୍ରଣା ଅନୁଭବ କରିଥିଲେ ତାଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ କୁ ଅଣାଯାଇଥିଲା ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।

Leave A Reply

Your email address will not be published.