ରାଉରକେଲା : ସିଭିଲ ଟାଉନସିପ୍ ରେ ସେକ୍ସ୍ ରାକେଟ୍ ଠାବ।। ୨ ଯୁବତୀ ଉଦ୍ଧାର। ଜଣେ ମହିଳା ଏବଂ ସହଯୋଗୀ ଗିରଫ। ୨ ଗ୍ରାହକ ଅଟକ।

0 141

ରାଉରକେଲା ସିଭିଲ ଟାଉନସିପ୍‌ରେ ସେକ୍ସ ରାକେଟ୍ ଠାବ, ୨ ଯୁବତୀ ଉଦ୍ଧାର, ୪ ଜଣ ଅଟକ।
ରାଉରକେଲା: ୩/୮
(ସତ୍ୟାନ୍ୟୁଜ) ରାଉରକେଲା ସିଭିଲ ଟାଉନସିପ୍‌ର ଏଲ୍-ବ୍ଲକ୍‌ ସ୍ଥିତ ଏକ ଘରେ ଚଢ଼ାଉ କରି ପୋଲିସ ଏକ ସନ୍ଦିଗ୍ଧ ସେକ୍ସ ରାକେଟ୍‌ର ପର୍ଦ୍ଦାଫାଶ କରିଛି।
ଚଢ଼ାଉ ସମୟରେ ଦୁଇ ଜଣ ଯୁବତୀଙ୍କୁ ଉଦ୍ଧାର କରାଯାଇଥିବା ବେଳେ ମୋଟ ୪ ଜଣଙ୍କୁ ପଚରାଉଚରା ପାଇଁ ଅଟକ ରଖାଯାଇଛି। ଅଟକ ବ୍ୟକ୍ତିଙ୍କ ମଧ୍ୟରେ ଦୁଇ ଜଣ ସନ୍ଦିଗ୍ଧ ଗ୍ରାହକଙ୍କ ସହ ଜଣେ ବୟସ୍କ ପୁରୁଷ ଓ ଜଣେ ବୟସ୍କ ମହିଳା ରହିଛନ୍ତି। ସେମାନେ ଯୁବତୀମାନଙ୍କୁ ପ୍ରଲୋଭନ ଦେଇ ଦେହ ବ୍ୟବସାୟରେ ସାମିଲ କରୁଥିବା ଅଭିଯୋଗ ରହିଛି।
ଏହି ରାକେଟ୍‌ରେ ଆଉ କିଏ କିଏ ସଂପୃକ୍ତ ଅଛନ୍ତି ଓ କେତେ ଦିନ ଧରି ଏହା ଚାଲିଥିଲା, ସେନେଇ ପୋଲିସ ତଦନ୍ତ ଆରମ୍ଭ କରିଛି।
ଘଟଣାର ତଦନ୍ତ ରଘୁନାଥପାଲି ଥାନା ପୋଲିସ କରୁଥିବା ବେଳେ ଅଧିକ ସୂଚନାକୁ ଅପେକ୍ଷା କରାଯାଇଛି। ତେବେ ଏବେ ଏବେ ମିଳିଥିବା ସୂଚନା ଅନୁଯାୟୀ ପୋଲିସ୍ ରାଣୀ ମହୁମାଛି ଏବଂ ତାଙ୍କ ସହଯୋଗୀଙ୍କୁ ଗିରଫ କରିଛି। ସେକ୍ସ ରାକେଟ୍ ଚାଲିଥିବା ଘର ମାଲିକ ଭୁବନେଶ୍ୱର ରେ ରହିଥିବା ବେଳେ ସେ ଜଣେ ମହିଳାଙ୍କୁ ଘର ଭଡ଼ାରେ ଦେଇଥିଲେ। ପୋଲିସ୍ ଘର ସିଲ୍ କରି ଏହାର ମାଲିକଙ୍କୁ ଖବର ଦେଇଛନ୍ତି।

Leave A Reply

Your email address will not be published.