ରାଉରକେଲା : ପ୍ରତିଷ୍ଠିତ ବ୍ୟବସାୟୀଙ୍କ ଘରେ ଏବଂ ପ୍ରତିଷ୍ଠାନରେ ଜି ଏସ୍ ଟି ରେଡ଼।। ଏକ ସଙ୍ଗେ ୪ଟି ପ୍ରତିଷ୍ଠାନ ରେ ଚଢ଼ାଉ।। ବହୁ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ଜବତ।

0 371

ରାଉରକେଲା : ୧୬/୧୨(ସତ୍ୟା ନ୍ୟୁଜ) ଟିକସ ଫାଙ୍କି ଅଭିଯୋଗରେ ସୁନ୍ଦରଗଡ଼ ଜିଲ୍ଲା ନୁଆଗାଁର ଜଣେ ପ୍ରତିଷ୍ଠିତ ବ୍ୟବସାୟୀଙ୍କ ଘରେ ଜି ଏସ୍ ଟି ଟିମ ଚଢ଼ାଉ କରିଛି। ବ୍ୟବସାୟୀ ଦୀନ ଦୟାଲ ସାହାଙ୍କ ପରିବାର ର ୪ଟି ଵ୍ୟଵସାୟୀକ ପ୍ରତିଷ୍ଠାନରେ ଜିଏସଟି ଅଧିକାରୀ ମାନେ ଚଢ଼ାଉ କରି ଯାଞ୍ଚ କାର୍ଯ୍ୟ ଜାରି ରଖିଛନ୍ତି। ଜିଏସଟି ଵିଭାଗର ୪ ଟି ସ୍ଵତନ୍ତ୍ର ଟିମ ଏକ ସମୟରେ ୪ ଟି‌ ସ୍ଥାନରେ ରେଡ କରିଛନ୍ତି। ସହାଙ୍କ ରାଣିସତୀ ଟ୍ରେଡର୍ସ ସହ ୪ ଟି ଵ୍ୟଵସାୟୀକ ପ୍ରତିଷ୍ଠାନ ଉପରେ ଚଢ଼ାଉ କରାଯାଇଛି । ପରିବାର ର ୪ ସଦସ୍ୟ ଙ୍କ ନାମରେ ୪ଟି ଭିନ୍ନ ଭିନ୍ନ ନମ୍ବର ରେ ପେଟ୍ରୋଲ ପମ୍ପ,ଲୁହାଛଡ, ସିମେଣ୍ଟ, ମହୁଲ, ଶାଳମଞ୍ଜି, ଗ୍ରୋସେରୀ ଓ ଗୁଡ ଵ୍ୟାଵସାୟ ଦୋକାନ ଓ ଗୋଦାମ ଥିବା ସ୍ଥାନରେ ଏହି ରେଡ ଚାଲିଛି। ଚଢ଼ାଉସମୟରେ ରାଉରକେଲା ଜିଏସଟି ବିଭାଗ ଟିକସ ଫାଙ୍କି ସମ୍ବନ୍ଧିତ ବହୁ ଗୁରୁତ୍ବପୂର୍ଣ୍ଣ କାଗଜପତ୍ର ଜଵତ କରିଥିବା ସୂଚନା ମିଳିଛି।

Leave A Reply

Your email address will not be published.