ରାଉରକେଲା : ଦୂତୀୟ ଅଜିତ ରାୟ ମେମୋରିଆଲ ବାସ୍କେଟ ବଲ ଚମ୍ପିୟନଶିପ ଉଦଘାଟିତ।। ଇସ୍ପାତ ସ୍ପୋର୍ଟିଂ କ୍ଲବ ପକ୍ଷରୁ ଟୁର୍ଣ୍ଣାମେଣ୍ଟ ଆୟୋଜିତ।

0 200

ରାଉରକେଲା : ୧୬/୧୨(ସତ୍ୟା ନ୍ୟୁଜ)
ଇସ୍ପାତ ସ୍ପୋର୍ଟିଂ କ୍ଲବ ପକ୍ଷରୁ ଦୂତୀୟ ଅଜିତ ରାୟ ମେମୋରିଆଲ ବାସ୍କେଟ ବଲ ଚମ୍ପିୟନଶିପ ଉଦଘାଟିତ ହୋଇଯାଇଛି। ରାଉରକେଲା ୬ ନମ୍ବର ସେକ୍ଟର ସ୍ଥିତ ଇସ୍ପାତ ବାସ୍କେଟ ବଲ କମ୍ପ୍ଲେକ୍ସ ରେ ଏହି ଟୁର୍ଣ୍ଣାମେଣ୍ଟ ଆରମ୍ଭ ହୋଇଛି। ଏହି ପ୍ରତିଯୋଗିତା ୪ ଦିନ ଧରି ଚାଲିବାକୁ ଥିବା ବେଳେ ଆସନ୍ତା ୧୮ ତାରିଖରେ ଫାଇନାଲ ଖେଳ ହେବ। ଉଦଘାଟନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଆର ଏସ ପି କାର୍ଯ୍ୟ ନିର୍ବାହୀ ନିର୍ଦ୍ଦେଶକ ପ୍ରମୋଦ କୁମାର ଶତପଥି ଯୋଗ ଦେଇ ଥିଲେ। ସମ୍ମାନୀୟ ଅତିଥି ଭେବେ ଅଇଜିଏଚ ର ପୂର୍ବତନ ନିର୍ଦ୍ଦେଶକ ଡକ୍ଟର ରଞ୍ଜନ ପାତ୍ର , ଆର ଏସ ପି ମହା ପ୍ରବନ୍ଧକ ବି କେ ରାଉତ , ସମାଜସେବୀ ଅମିତାଭ ସାମଲ ପ୍ରମୁଖ ଯୋଗ ଦେଇଥିଲେ। ଏହି ଟୁର୍ଣ୍ଣାମେଣ୍ଟରେ ରାଜ୍ୟ ତଥା ରାଜ୍ୟ ବାହାରୁ ସମୁଦାୟ ୧୩ ଟି ଦଳ ଭାଗ ନେଇଛନ୍ତି। ପୁରୁଷ ବର୍ଗରେ ୯ଟି ଟିମ ଥିବା ବେଳେ ମହିଳା ବର୍ଗରେ ୪ ଟି ଟିମ ଖେଳୁଛନ୍ତି।

Leave A Reply

Your email address will not be published.