ରାଉରକେଲା : ଶୌଚାଳୟ , ରାସ୍ତା , ବିଜୁଳି ଆଦି ସୁବିଧା ଲାଗି ବସ୍ତି ବାସିନ୍ଦା ଆର ଏମ୍ ସି ଅଧିକାରୀଙ୍କୁ ଭେଟିଲେ।। ୨୮ ନମ୍ବର ୱାର୍ଡ ଜେନାପୁର ବସ୍ତି ବାସିନ୍ଦା
ରାଉରକେଲା : ୧୬/୧୨(ସତ୍ୟା ନ୍ୟୁଜ) ଦେଶରେ ବିଭିନ୍ନ ସହର , ଗ୍ରାମକୁ ବାହ୍ୟ ମଳ ମୁକ୍ତ ଅଞ୍ଚଳ ରେ ପରିଣତ କରିବାକୁ ଉଦ୍ୟମ ଚାଲିଛି। ଏପରି ସ୍ଥଳେ ରାଉରକେଲା କୋଏଲ ନଗର ସ୍ଥିତ ୨୮ ନମ୍ବର ୱାର୍ଡ ର ଜେନା ବସ୍ତିରେ ଏହାର ବ୍ୟତିକ୍ରମ ଦେଖିବାକୁ ମିଳିଛି। ଏଠାରେ ବ୍ୟକ୍ତିଗତ କିମ୍ବା ଗୋଷ୍ଠି ଶୌଚାଳୟ ନାହିଁ। ଫଳରେ ସ୍ଥାନୀୟ ବାସିନ୍ଦା ମାନେ ନଦୀକୂଳକୁ ଶୌଚ କରିବାକୁ ଯାଆନ୍ତି। ଏହା ଛଡା ଉକ୍ତ ବସ୍ତିକୁ ଏପର୍ଯ୍ୟନ୍ତ ବିଦ୍ୟୁତ ସଂଯୋଗୀକରଣ ହୋଇ ନାହିଁ। ଫଳରେ ଲୋକମାନେ ଘୋର ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ରାସ୍ତା , ଡ୍ରେନ ନଥିବାର ମଧ୍ୟ ଅଭିଯୋଗ ହେଉଛି। ଏହି ସମସ୍ତ ସମସ୍ୟାର ସମାଧାନ ଲାଗି ଶୁକ୍ରବାର ଦିନ ବସ୍ତି ବାସିନ୍ଦା ମାନେ ମହାନଗର ନିଗମ କାର୍ଯ୍ୟାଳୟର ଅଧିକାରୀଙ୍କୁ ଭେଟିଥିଲେ। ବିଜେପି ନେତା ନିହାର ରାୟଙ୍କ ନେତୃତ୍ୱରେ ଆସିଥିବା ଏହି ବସ୍ତି ବାସିନ୍ଦା ମାନେ ସମସ୍ୟାର ସମାଧାନ ଲାଗି ଅଧିକାରୀଙ୍କୁ ନିବେଦନ କରିଥିଲେ।