ରାଉରକେଲା : ୬ ଟି ପଦ ପାଇଁ ୧୪ ଜଣଙ୍କ ପ୍ରାର୍ଥୀ ପତ୍ର ଦାଖଲ।। ଖଣି ଅଞ୍ଚଳ ଟ୍ରକ , ଟିପ୍ପର ମାଲିକ ସଙ୍ଘ ନିର୍ବାଚନ ୨୧ ରେ।

0 399

ରାଉରକେଲା: ୧୬/୧୨(ସତ୍ୟା ନ୍ୟୁଜ) ଆସନ୍ତା ୨୧ରେ ରାଉରକେଲା ମାଇନିଂ ଏରିଆ ଟ୍ରକ ଆଣ୍ଡ ଟିପ୍ପର ଓନର୍ସ ଆସୋସିଏସନ୍‌ (ଆର୍‌ଏମ୍‌ଏଟିଟିଓଏ) ନିର୍ବାଚନ ଅନୁଷ୍ଠିତ ହେବାକୁ ଯାଉଛି। ସଭାପତି, ସାଧାରଣ ସମ୍ପାଦକ, କାର୍ଯ୍ୟକାରୀ ସଭାପତି, ଉପସଭାପତି, ଯୁଗ୍ମ ସମ୍ପାଦକ ଓ କୋଷାଧ୍ୟକ୍ଷ ପଦବୀରେ ମୋଟ ୧୪ ଜଣ ପ୍ରାର୍ଥୀ ପ୍ରତିଦ୍ବନ୍ଦିତା କରୁଛନ୍ତି। ସଭାପତି ପଦ ପାଇଁ ଦିଲୀପ କୁମାର ମହାନ୍ତି ଓ ସଞ୍ଜୀବ କୁମାର ଦାଶ, କାର୍ଯ୍ୟକାରୀ ସଭାପତିରେ କାଳୀ ପ୍ରସନ୍ନ ସ୍ବାଇଁ ଓ ଶତ୍ରୁଘ୍ନ ମିଶ୍ର, ଉପସଭାପତିରେ ମହମ୍ମଦ ତସଲିମ୍‌ ଓ ସୋଲା ଶ୍ରୀନିବାସ ରାଓ ପ୍ରତିଦ୍ବନ୍ଦିତା କରୁଛନ୍ତି। ସାଧାରଣ ସମ୍ପାଦକ ପଦବୀରେ ବିରାଜମୋହନ ବିଶ୍ବାଳ ଓ ଶିବ ବିଶୋଇ ପ୍ରତିଦ୍ବନ୍ଦିତା କରୁଛନ୍ତି। ଯୁଗ୍ମ ସମ୍ପାଦକ ପଦବୀରେ ବିଶ୍ବମ୍ବର ସାମଲ, ବିଶ୍ବନାଥ ସାହୁ, ଗୋବିନ୍ଦ ସିଂ ଓ ରାମକୃଷ୍ଣ ନନ୍ଦ, କୋଷାଧ୍ୟକ୍ଷ ପଦବୀରେ ବିକାଶ କୁମାର ନାୟକ ଓ ଶ୍ରୀମନ୍ତ କୁମାର ବୈରିବାଦ୍‌ ପ୍ରତିଦ୍ବନ୍ଦିତା କରୁଛନ୍ତି। ମ‌ୋଟ ୩୬୦ ସଦସ୍ୟ ସେମାନଙ୍କ ମତଦାନ ସାବ୍ୟସ୍ତ କରିବେ। ଭୋଟଗ୍ରହଣ ପୂର୍ବାହ୍ନ ୮ଟାରୁ ଅପରାହ୍ନ ୨ଟା ପର୍ଯ୍ୟନ୍ତ ଚାଲିବ। ବିଜୟ କୁମାର ପ୍ରଧାନ, ବିଶ୍ବରଞ୍ଜନ ବେଉରା, ଧର୍ମେନ୍ଦ୍ର ଦୁବେ ଓ ଜୟବାହାଦୁର ସିଂହ ନିର୍ବାଚନ ଦାୟିତ୍ବ ତୁଲାଇବେ।

Leave A Reply

Your email address will not be published.