ରାଉରକେଲା : ଅଷ୍ଟମ ଦିନରେ ନଗର କ୍ରୀଡା ଉତ୍ସବ।। ଫୁଟବଲ ବିଭାଗର ୪ଟି ଲିଗ ମ୍ୟାଚ ଖେଳା ଯାଇଥିଲା।

0 212

ରାଉରକେଲା : ୧୫/୧୨(ସତ୍ୟା ନ୍ୟୁଜ) ଆଗାମୀ ହକି ବିଶ୍ବକପ୍‌ ପରିପ୍ରେକ୍ଷୀରେ ସହରବାସୀଙ୍କୁ କ୍ରୀଡ଼ା ମନସ୍କ କରିବାରେ ବେଶ୍‌ ସଫଳ ହୋଇଛି ନଗର କ୍ରୀଡ଼ା ଉତ୍ସବ । ଏହି କ୍ରୀଡ଼ା ଉତ୍ସବର ଅଷ୍ଟମ ଦିନରେ ଫୁଟବଲ୍‌ ବିଭାଗରେ ୪ଟି ଲିଗ୍‌ ମ୍ୟାଚ୍‌ ଖେଳାଯାଇଥିଲା ।
ଇସ୍ପାତ ଷ୍ଟାଡିୟମ୍‌ (ସେକ୍ଟର -୬) ପରିସରରେ ଖେଳାଯାଇଥିବା ଗ୍ରୁପ ‘ଏ’ର ପ୍ରଥମ ମ୍ୟାଚ‌ରେ ଡିଏଭି ପବ୍ଳିକ୍‌ ସ୍କୁଲକୁ ୦-୫ ଗୋଲରେ ପରାସ୍ତ କରିଛି ସାରନା ସ୍ପୋଟିଂ କ୍ଳବ୍‌ । ସେହିଭଳି ଅନ୍ୟ ଏକ ମ୍ୟାଚରେ ଉଦିତ ନଗର ହାଇସ୍କୁଲକୁ ୦-୪ ଗୋଲରେ ପରାସ୍ତ କରିଛି ଧରମଡିହି ଫୁଟବଲ୍‌ ଟିମ୍‌ ।
ଅନ୍ୟପକ୍ଷରେ ଉଦିତ୍‌ ନଗର ମିନି ଷ୍ଟାଡିୟମ‌ରେ ଖେଳାଯାଇଥିବା ଗ୍ରୁପ୍‌ ‘ବି’ ପର୍ଯ୍ୟାୟର ପ୍ରଥମ ମ୍ୟାଚ‌ରେ ଉଦିତ ନଗର ଟିମ‌କୁ ୪-୩ (ପେନାଲ୍ଟି ସୁଟ୍‌ ଆଉଟ) ଗୋଲରେ ପରାସ୍ତ କରି ସେକ୍ଟର ୨୦ ପରବର୍ତ୍ତୀ ପର୍ଯାୟରେ ପହଞ୍ଚିଛି । ତେବେ ରୁପୁଟୋଲା ବନାମ ବନ୍ଧମୁଣ୍ଡା ମଧ୍ୟରେ ଖେଳାଯାଇଥିବା ମ୍ୟାଚ୍‌ ଏକତରଫା ହୋଇଥିଲା। ଏହି ମ୍ୟାଚ‌କୁ ବନ୍ଧମୁଣ୍ଡା ଟିମ୍‌ ୫-୦ରେ ଜିତି ନେଇଥିଲା । ତେବେ ଆଜି ଖେଳାଯାଇଥିବା ମ୍ୟାଚ୍‌ରେ ବିକାଶ ବାର୍ଲା, କ୍ରିଷ୍ଣା ବଡ଼ାଇ, ନୀରଜ୍‌ ଜାଲ ଓ ଲୋକେଶ ମୁର୍ମୁ ଶ୍ରେଷ୍ଠ ଖେଳାଳି ବିବେଚିତ ହୋଇଥିଲେ ।

Leave A Reply

Your email address will not be published.