ରାଉରକେଲା : ଆନ୍ତଃ ମହାବିଦ୍ୟାଳୟ କ୍ରୀଡା ପ୍ରତିଯୋଗିତା।। କବାଡି ଖୋଖୋ , ଭଲିବଲ ର ଫାଇନାଲ ଖେଳ ଅନୁଷ୍ଠିତ।

0 240

ରାଉରକେଲା : ୧୫/୧୨(ସତ୍ୟା ନ୍ୟୁଜ) ହକି ବିଶ୍ୱକପ ଅବସରରେ ଜିଲ୍ଲାରେ ବୁଧବାର ଠାରୁ ଆନ୍ତଃମହାବିଦ୍ୟାଳୟ କ୍ରୀଡ଼ା ପ୍ରତିଯୋଗିତା ଆରମ୍ଭ ହୋଇଯାଇଛି। ଗୁରୁବାର ଦିନ ରାଉରକେଲା ସରକାରୀ ସ୍ୱୟଂଶାସିତ ମହାବିଦ୍ୟାଳୟ ପଡ଼ିଆଠାରେ ଖୋଖୋ, କବାଡି ଓ ଭଲିବଲ ପ୍ରତିଯୋଗିତାର ଫାଇନାଲ ମ୍ୟାଚ ଅନୁଷ୍ଠିତ ହୋଇଯାଇଛି।
ଭଲିବଲ (ପୁରୁଷ) ବର୍ଗର ଫାଇନାଲ ମ୍ୟାଚରେ ରାଉରକେଲା ସରକାରୀ ସ୍ୱୟଂଶାସିତ ମହାବିଦ୍ୟାଳୟ , ଏସକେ ଡିଏଭି କଲେଜ କୁ ପରାଜିତ କରି ବିଜୟ ହାସଲ କରିଛି। ସେହିପରି ମହିଳା ବର୍ଗ ର ଫାଇନାଲ ଭଲିବଲ ମ୍ୟାଚ ରେ ଇସ୍ପାତ ବିଦ୍ୟା ମନ୍ଦିର ରାଉରକେଲା ବିଜେତା ଓ ୟୁ.ଜି.ଆଇ. ଇ. ଉପବିଜେତା ହୋଇଛନ୍ତି। କବାଡି ପୁରୁଷ ବର୍ଗ ର ଫାଇନାଲ ରେ ସରକାରୀ ସ୍ୱୟଂଶାସିତ ମହାବିଦ୍ୟାଳୟ, ରାଉରକେଲା ଏଚ.କେ ରାୟ ମହାବିଦ୍ୟାଳୟ କୁ କଡା ମୁକାବିଲା ରେ ହରାଇ ବିଜୟୀ ହୋଇଛି। କବାଡି (ମହିଳା) ବର୍ଗ ମ୍ୟାଚ ରେ ମ୍ୟୁନିସିପାଲ ମହାବିଦ୍ୟାଳୟ , ୟୁ.ଜି.ଆଇ. ଇ ରାଉରକେଲା କୁ ହରାଇ ବିଜୟୀ ହୋଇଛି । ଖୋଖୋ ପୁରୁଷ ବର୍ଗର ଫାଇନାଲ ରେ ସରକାରୀ ଆଇଟିଆଇ କଲେଜ ବିଜୟୀ ହୋଇଛି। ସେ ଏସଏସ କଲେଜ କୁ କଡା ମୁକାବିଲା ରେ ପରାଜିତ କରିଛି। ସେହିପରି ଖୋଖୋ ମହିଳା ବର୍ଗରେ ସରକାରୀ ସ୍ୱୟଂଶାସିତ ମହାବିଦ୍ୟାଳୟ ୟୁ. ଜି. ଆଇ. ଇ ରାଉରକେଲା କୁ ପରାଜିତ କରି ବିଜୟୀ ହୋଇଛି।

ରାଉରକେଲାଠାରେ ଅନୁଷ୍ଠିତ ଏହି କ୍ରୀଡ଼ା କାର୍ଯ୍ୟକ୍ରମରେ ପାନପୋଷ ଉପଖଣ୍ଡର ପ୍ରାୟ ୫୦ଟି କଲେଜର ଛାତ୍ରଛାତ୍ରୀମାନେ ଭାଗ ନେଇଥିଲେ।

ଆଜିର କାର୍ଯ୍ୟକ୍ରମରେ ବୀରମିତ୍ରପୁର ମୁନିସିପାଲିଟି ଚ୍ୟାୟାରମ୍ୟାନ ସନ୍ଦିପ ମିଶ୍ର, କୁଆରମୁଣ୍ଡା ପଂଚାୟତ ସମିତି ଅଧ୍ୟକ୍ଷା ଜ୍ୟୋତି କେରକେଟା, ନୁଆଁଗା ବ୍ଲକ ଅଧ୍ଯକ୍ଷା ବିଶ୍ବାସୀ ଟୋପନ୍ନୋ , ନୁଆଁଗା ଜିଲ୍ଲା ପରିଷଦ ସଦସ୍ଯ ବିନିତା କାନଡୁଲନା ଓ ଜ୍ଯୋତି ଟେଟେ, କୁଆରମୁଣ୍ଡା ଜିଲ୍ଲା ପରିଷଦ ସଦସ୍ଯ ରାଜେନ୍ଦ୍ର କୁଜୁର ଓ ନୋଭିଲେ କେରକେଟା ଉପସ୍ଥିତ ଥିଲେ ।

ସେହିପରି ଶୁକ୍ରବାର ଦିନ ଆଥଲେଟିକ୍ ପ୍ରତିଯୋଗିତା ଆୟୋଜନ କରାଯିବ। ଶନିବାର ଦିନ ଏହି ବର୍ଗରେ ସେମିଫାଇନାଲ ଏବଂ ଫାଇନାଲ ମ୍ୟାଚ କରାଯାଇ ବିଜୟୀ ପ୍ରତିଯୋଗୀମାନଙ୍କୁ ପୁରସ୍କାର ପ୍ରଦାନ କରାଯିବ।

Leave A Reply

Your email address will not be published.