ରାଉରକେଲା : ‘ମୋ ବସ’ ସେବାକୁ ଘରୋଇ ବସ ମାଲିକ ସଂଘର ବିରୋଧ।।ରାଉରକେଲା କୁ ଖୁବ ଶୀଘ୍ର ଆସୁଛି ୧୦୦ ଟି ‘ମୋ ବସ’।

0 470

ରାଉରକେଲା : ୧୫/୧୨(ସତ୍ୟା ନ୍ୟୁଜ) ରାଉରକେଲାରେ ଆରମ୍ଭ ହେବାକୁ ଯାଉଥିବା ‘ମୋ ବସ’ ସେବାକୁ ବିରୋଧ କରୁଛି ରାଉରକେଲା ଘରୋଇ ବସ ମାଲିକ ସଙ୍ଘ। ହକି ବିଶ୍ୱକପ ପୂର୍ବରୁ ରାଉରକେଲା କୁ ଆସୁଛି ୧୦୦ ରୁ ଉର୍ଦ୍ଧ୍ବ ବସ। ଏହି ସବୁ ବସ ସହରାଞ୍ଚଳ ବ୍ୟତୀତ ଗ୍ରାମାଞ୍ଚଳରେ ମଧ୍ୟ ଚାଲିବ। ଘରୋଇ ବସ ମାଲିକ ସଙ୍ଘ ସହରାଞ୍ଚଳ ରେ ବସ ଚାଲିବାକୁ ବିରୋଧ କରୁନାହାନ୍ତି। ଗ୍ରାମାଞ୍ଚଳରେ ମୋ ବସ ଚାଲିଲେ ସେମାନେ ପ୍ରଭାବିତ ହେବେ ବୋଲି କହିଛନ୍ତି ବସ ମାଲିକ ସଙ୍ଘ କର୍ମକର୍ତ୍ତା। ରାଉରକେଲା ରେ ୧୦୦ ଟି ‘ମୋ ବସ’ ନ ଚଳାଇ ୩୦ ରୁ ୪୦ ବସ ଚଳାଇଲେ ଘରୋଇ ବସ ସେବା କାରୀ ଙ୍କୁ ବିଶେଷ ଅସୁବିଧା ହେବ ନାହିଁ ବୋଲି ସଂଘ ପକ୍ଷରୁ କୁହାଯାଇଛି।

Leave A Reply

Your email address will not be published.