ରାଉରକେଲା : ନଗର କ୍ରୀଡା ଉତ୍ସବର ସପ୍ତମ ଦିନ : ଭଲି ବଲ ପ୍ରତିଯୋଗିତା ରେ ଇସ୍ପାତ ଷ୍ଟାଡିଅମ ଚମ୍ପିଅନ।

0 221

ରାଉରକେଲା : ୧୪/୧୨(ସତ୍ୟା ନ୍ୟୁଜ) ରାଉରକେଲା ନଗର କ୍ରୀଡ଼ା ଉତ୍ସବର ସପ୍ତମ ଦିବସରେ ରାଇଜିଂ କ୍ଲବ ବନାମ ଇସ୍ପାତ ଷ୍ଟାଡିୟମ (ସେକ୍ଟର ୨୦) ମଧ୍ୟରେ ଫାଇନାଲ ମ୍ୟାଚ ଖେଳାଯାଇଥିଲା । ଏହି ରୋମାଞ୍ଚକର ମ୍ୟାଚକୁ ୨୫-୧୭, ୨୨-୨୫, ୨୫-୧୫,୨୫-୧୫ ପଏଣ୍ଟରେ ଜିତିନେଇଛି ଇସ୍ପାତ ଷ୍ଟାଡିୟମ୍‌ (ସେକ୍ଟର-୬) ଟିମ । ଏହି ସଂଘର୍ଷପୂର୍ଣ୍ଣ ମ୍ୟାଚ ଦେଖିବାକୁ ବହୁ ସଂଖ୍ୟାରେ ଦର୍ଶକ ଉପସ୍ଥିତ ଥିବା ବେଳେ ଅତିରିକ୍ତ ଜିଲ୍ଲାପାଳ ଡାକ୍ତର ଶୁଭଙ୍କର ମହାପାତ୍ର, ଉପ ଅଯୁକ୍ତ ସୁଧାଂଶୁ ଭୋଇ, ସୁକାନ୍ତ କୁମାର ବେଉରା ଓ ଅନ୍ୟ ମହାନଗର ନିଗମ କର୍ମଚାରୀ ଉପସ୍ଥିତ ରହି ଖେଳାଳିଙ୍କୁ ଉତ୍ସାହିତ କରିବା ସହ ପୁରସ୍କାର ବିତରଣ କରିଥିଲେ ।
ଅନ୍ୟପକ୍ଷରେ ଫୁଟବଲ ଲିଗ ପର୍ଯ୍ୟାୟରେ ଆଜି ୪ଟି ମ୍ୟାଚ ଖେଳାଯାଇଥିଲା । ଉଦିତ ନଗର ମିନି ଷ୍ଟାଡିୟମ ଓ ଇସ୍ପାତ ନଗର ସେକ୍ଟର ୬ ପରିସରରେ ଖେଳାଯାଇଥିବା ମ୍ୟାଚରେ ବି.ଆର.ଡି ଫୁଟବଲ କ୍ଲବ, ପରମେଶ୍ୱର କ୍ଲବ ବାଲିଯୋଡି, ରାଉରକେଲା ରେଡ୍‌ ଓ ଟିଚର୍ସ କ୍ଳବ୍‌ ବିଜୟୀ ହୋଇଛନ୍ତି |

Leave A Reply

Your email address will not be published.