ବଣାଇ : ମେଗା ରକ୍ତଦାନ ଶିବିରର ଆୟୋଜନ।। ୧୦୦ ୟୁନିଟ ରକ୍ତ ସଂଗ୍ରହ।

0 219

ସୁନ୍ଦରଗଡ଼ ଜିଲ୍ଲା ବଣାଇ ଉପଖଣ୍ଡର ଲହୁଣୀପଡ଼ା ବ୍ଲକ୍ ଅନ୍ତର୍ଗତ ରାଜାମୁଣ୍ଡା ଗ୍ରାମ ପଞ୍ଚାୟତରେ ଏକ ମେଗା ରକ୍ତଦାନ ଶିବିର ଅନୁଷ୍ଠିତ ହୋଇ ଯାଇଛି। ଗୈାରି ଆଇଟିଆଇ ଶିକ୍ଷା ଅନୁଷ୍ଠାନରେ ଏହି ମେଗା ରକ୍ତଦାନ ଶିବିରର ଆୟୋଜନ କରାଯାଇଥିଲା। ମୁଖ୍ୟ ଅତିଥି ଭାବେ ବଣାଇ ଉପଜିଲ୍ଲାପାଳ ସୁରଞ୍ଜନ କୁମାର ସାହୁ ଯୋଗଦେଇ ଶିବିରକୁ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ । ସମ୍ମାନୀତ ଅତିଥି ଭାବେ ଲହୁଣୀପଡ଼ା ବିଡ଼ିଓ ଧନାଇ ଚରଣ ଟୁଡୁ , ଆଇ.ଟି.ଆଇ ର ନିର୍ଦ୍ଦେଶକ ରାଜୁ ପୃଷେଠ ପ୍ରମୁଖ ଯୋଗଦେଇ ଥିଲେ । ଅନେକ ସମୟରେ ଡ଼ାକ୍ତରଖାନାରେ ରୋଗୀଙ୍କ ପାଇଁ ରକ୍ତ ର ଅଭାବ ଦେଖା ଦେଉଛି । ସାଧାରଣ ଗରିବ ଲୋକ ଅନେକ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଏହାକୁ ଦୃଷ୍ଟିରେ ରଖି ଏହି ମେଗା ରକ୍ତଦାନ ଶିବିରର ଆୟୋଜନ କରାଯାଇଛି । ଏହି ରକ୍ତ ସଂଗ୍ରହ ଶିବିର ଵଣାଇ ଉପଖଣ୍ଡ ହସପିଟାଲର ଡାକ୍ତର ଅନିରୁଦ୍ଧ ବେହେରାଙ୍କ ତତ୍ତ୍ଵାବଧାନରେ ହୋଇଥିଲା। ସମୁଦାୟ ୧୦୦ ୟୁନିଟ ରକ୍ତ ସଂଗ୍ରହ କରା ଯାଇଥିବା ଜଣାପଡିଛି।

Leave A Reply

Your email address will not be published.