ସୁନ୍ଦରଗଡ : ଯାତ୍ରୀବାହୀ ବସ-ବାଇକ ମୁହାଁମୁହିଁ ଧକ୍କା।। ୩ ବାଇକ ଆରୋହି ମୃତ।। ହେମଗିରି ଥାନା ତୁମୁଳିଆ ନିକଟରେ ଦୁର୍ଘଟଣା।
ସୁନ୍ଦରଗଡ଼ ଜିଲ୍ଲା ହେମଗିରି ଥାନା ଅଞ୍ଚଳରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ୩ ଜଣ ବାଇକ ଆରୋହୀଙ୍କ ମୃତ୍ୟୁ ଘଟିଛି। ହେମଗିରି ଥାନା ତୁମୁଲିଆ ଗାଁ ନିକଟରେ ଏହି ଦୁର୍ଘଟଣା ଘଟିଛି। ସୁଚନା ଅନୁସାରେ ବେଲପାହାଡ଼ ରୁ ତୁମୁଳିଆ କୁ ଏକ ଯାତ୍ରୀବାହୀ ଘରୋଇ ବସ ଆସୁଥିବା ବେଳେ ସାମ୍ନା ପଟରୁ ଏକ ବାଇକ୍ ରେ ତିନି ଜଣ ଯୁବକ ଦ୍ରୁତ ଗତିରେ ଆସି ବସ ସହିତ ପିଟି ହୋଇଯାଇଥିଲେ। ଘଟଣା ସ୍ଥଳରେ ଦୁଇ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ସୁନ୍ଦରଗଡ଼ ହସପିଟାଲରେ ଅନ୍ୟ ଜଣ ଙ୍କ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ହୋଇଛି । ମୃତକ ତିନି ଜଣ ରାହୁଲ ପାଣ୍ଡେ , ଓମ ଭଇଁସଲ ଏବଂ ଶ୍ୟାମ ଗିଡ଼ଲି , ହେମଗିରି ଥାନା ଗୋପାଳପୁର ଅଞ୍ଚଳ ର ବୋଲି ସୂଚନା ମିଳିଛି।