ରାଉରକେଲା : ହକି ଷ୍ଟାଡିଅମ ରେ ଧସେଇ ପଶି କାମ ବନ୍ଦ କଲେ ବିସ୍ଥାପିତ।। ୩୦୦ ରୁ ଉର୍ଦ୍ଧ୍ବ ଅଟକ।। ବିସ୍ଥାପିତଙ୍କ ସହ ପ୍ରଶାସନର ଆଲୋଚନା ବିଫଳ।।
ବିଭିନ୍ନ ଦାବି ନେଇ ବିସ୍ଥାପିତଙ୍କ ଧାରଣା ଆଜି ଭିନ୍ନ ରୂପ ନେଇଛି। ପ୍ରଶାସନ ସହ ବୁଧବାର ଦିନ ଆଲୋଚନା ବିଫଳ ହେବା ପରେ ପୋଲିସ ପକ୍ଷରୁ ଶତାଧିକ ବିସ୍ଥାପିତଙ୍କୁ ପ୍ରତିଷେଧକ ବ୍ୟବସ୍ଥା ସ୍ୱରୂପ ଅଟକ ରଖା ଯାଇଥିଲା। ଏହା ପରେ ଅନ୍ୟ କେତେକ ବିସ୍ଥାପିତ କର୍ମକର୍ତ୍ତା ସଙ୍ଘର ନେତା ମହେଶ୍ୱର ଟପ୍ପୋ ଙ୍କ ନେତୃତ୍ୱରେ ନିର୍ମାଣଧୀନ ବିରସା ମୁଣ୍ଡା ହକି ଷ୍ଟାଡିଅମରେ ପଶି ଯାଇଥିଲେ। ଆନ୍ଦୋଳନକାରୀ ମାନେ ସେଠାରେ କାମ କରୁଥିବା କର୍ମଚାରୀଙ୍କୁ ଧମକାଇ କାମ ବନ୍ଦ କରି ଦେଇଥିଲେ। ଖବରପାଇ ଘଟଣା ସ୍ଥଳରେ ପୋଲିସ ପହଞ୍ଚି ଷ୍ଟାଡିଅମରୁ ବିସ୍ଥାପିତ ମାନଙ୍କୁ ବାହାରକୁ ନେଇ ଆସିଥିଲେ। ଗେଟ ସମ୍ମୁଖରେ ବିସ୍ଥାପିତ ମାନେ ଵିକ୍ଷୋଭ ପ୍ରଦର୍ଶନ କରିଥିଲେ। ରାଉରକେଲା
ଏସ ପି ମୁକେଶ କୁମାର ଭାମୁ ମଧ୍ୟ ଘଟଣା ସ୍ଥଳରେ ପହଞ୍ଚି ପୋଲିସ କର୍ମୀଙ୍କୁ ଆବଶ୍ୟକୀୟ ନିର୍ଦ୍ଦେଶ ଦେଇଥିଲେ। ପରେ ଆନ୍ଦୋଳନକାରୀଙ୍କୁ ପୋଲିସ ସେଠାରୁ ବସ ରେ ନେଇଯାଇଥିଲେ। ବିସ୍ଥାପିତ ମାନଙ୍କୁ ଏବେ ପୋଲିସ ରିଜର୍ଭ ଲାଇନ ରେ ଅଟକ ରଖା ଯାଇଛି।