ରାଉରକେଲା : ହକି ବିଶ୍ୱକପ କୁ ଅବିସ୍ମରଣୀୟ କରିବାକୁ ପ୍ରୟାସ ଆରମ୍ଭ।। ଅନ୍ତଃ ମହାବିଦ୍ୟାଳୟ କ୍ରୀଡା ପ୍ରତିଯୋଗିତାର ଶୁଭାରମ୍ଭ।
ହକି ବିଶ୍ୱକପକୁ ସ୍ମରଣୀୟ ଏବଂ ଆକର୍ଷଣୀୟ କରିବା ଲାଗି ସୁନ୍ଦରଗଡ଼ ଜିଲ୍ଲାରେ ବିଭିନ୍ନ କାର୍ଯ୍ୟକ୍ରମ କରାଯାଉଛି। ବିଶେଷକରି ଯୁବପିଢ଼ିଙ୍କ ଭିତରେ ଉତ୍ସାହ ସୃଷ୍ଟି କରିବା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ଜିଲ୍ଲାରେ ଆନ୍ତଃମହାବିଦ୍ୟାଳୟ କ୍ରୀଡ଼ା ପ୍ରତିଯୋଗିତା ଆରମ୍ଭ କରାଯାଇଛି। ରାଉରକେଲା ସରକାରୀ ସ୍ୱୟଂ ଶାସିତ ମହାବିଦ୍ୟାଳୟ ପରିସରରେ ଏହି ପ୍ରତିଯୋଗିତା ଆରମ୍ଭ ହୋଇଛି। ରାଉରକେଲା ଏଡିଏମ ଡକ୍ଟର ଶୁଭଙ୍କର ମହାପାତ୍ର ଏହି କ୍ରୀଡା ପ୍ରତିଯୋଗିତା କୁ ଶୁଭାରମ୍ଭ କରିଛନ୍ତି। ଏହି ପ୍ରତିଯୋଗିତା ୧୮ ତାରିଖ ପର୍ଯ୍ୟନ୍ତ ଚାଲିବ। ଏହି ପ୍ରତିଯୋଗିତାରେ ଜିଲ୍ଲାର ଅଧିକତମ ମହାବିଦ୍ୟାଳୟର ଛାତ୍ରଛାତ୍ରୀ ଭାଗ ନେବେ ବୋଲି ଅତିରିକ୍ତ ଜିଲ୍ଲାପାଳ ଆଶା ପୋଷଣ କରିଛନ୍ତି।
ଏହି କାର୍ଯ୍ୟକ୍ରମରେ ଜିଲ୍ଲାର ମୋଟ ୧୧୬ଟି କଲେଜର ଛାତ୍ରଛାତ୍ରୀମାନେ ଅଂଶଗ୍ରହଣ କରିବେ। ଏହି ପ୍ରତିଯୋଗିତା ଜିଲ୍ଲାର ୩ଟି ଉପଖଣ୍ଡ ସୁନ୍ଦରଗଡ଼, ପାନପୋଷ ଏବଂ ବଣାଇଁରେ ପର୍ଯ୍ୟାୟକ୍ରମେ ଆରମ୍ଭ ହେବ।
ଆଜିଠାରୁ ୧୭ ତାରିଖ ପର୍ଯ୍ୟନ୍ତ ଚାରି ଦିନ ଧରି ରାଉରକେଲା ସରକାରୀ ସ୍ୱୟଂଶାସିତ ମହାବିଦ୍ୟାଳୟ ପଡ଼ିଆରେ ଏହି ପ୍ରତିଯୋଗିତା ଅନୁଷ୍ଠିତ ହେଉଛି। ଏଥିରେ ପାନପୋଷ ଉପଖଣ୍ଡର ୪୭ଟି କଲେଜର ଛାତ୍ରଛାତ୍ରୀମାନେ ଭାଗନେବେ।