ରାଉରକେଲା : ହକି ବିଶ୍ୱକପ ଦେଖିବାର ସୁଯୋଗ ଜିଲ୍ଲାବାସୀ ପାଇବା ଦାବି କଲା ବିଜେପି।। ପ୍ରତିନିଧି ଦଳ ଭେଟିଲେ ଏଡିଏମ ଙ୍କୁ।

0 269

ଆଉ ମାତ୍ର ୩୦ ଦିନ ରହିଲା ହକି ବିଶ୍ୱକପ। ରାଉରକେଲା ବିରସା ମୁଣ୍ଡା ଅନ୍ତର୍ଜାତୀୟ ହକି ଷ୍ଟାଡିଅମ ରେ ଏହି ଖେଳ ହେବ। ଏ ପର୍ଯ୍ୟନ୍ତ ଅନ ଲାଇନ ରେ ୫୦ ପ୍ରତିଶତ ଟିକେଟ ବିକ୍ରି ସରିଛି। ଅବଶିଷ୍ଟ ୫୦ ପ୍ରତିଶତ ଟିକେଟ ଅଫ ଲାଇନ ରେ କାଉଣ୍ଟର ରେ ବିକ୍ରି ହେବ। ସୁନ୍ଦରଗଡ଼ ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ଏବେବି ଇଣ୍ଟରନେଟ ସୁବିଧା ନଥିବାରୁ କ୍ରୀଡା ପ୍ରେମୀ ମାନେ ଅନ ଲାଇନ ରେ ଟିକେଟ ନେଇ ପାରି ନାହାନ୍ତି। ବଞ୍ଚିଥିବା ୫୦ ପ୍ରତିଶତ ଟିକେଟ କୁ ଜିଲ୍ଲା ବାସୀଙ୍କ ମଧ୍ୟରେ ବାଣ୍ଟି ଦେବାକୁ ଭାରତୀୟ ଜନତା ପାର୍ଟି ଦାବି କରିଛି। ଏହି ସନ୍ଦର୍ଭରେ ବିଜେପି ର ଏକ ପ୍ରତିନିଧି ଦଳ ରାଉରକେଲା ଅତିରିକ୍ତ ଜିଲ୍ଲାପାଳଙ୍କୁ ଭେଟି ଦାବି ଜଣାଇଥିଲେ। ଏହି ପ୍ରତିନିଧି ଦଳରେ ବିଜେପି ଅଧ୍ୟକ୍ଷା ଲତିକା ପଟ୍ଟନାୟକ , ରାଜ୍ୟ ବିଜେପି ସମ୍ପାଦକ ଧୀରେନ ସେନାପତି , ବିଜେପି ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ନିହାର ରାୟ , ଜଗବନ୍ଧୁ ବେହେରା ପ୍ରମୁଖ ସାମିଲ ଥିଲେ। ସୀମିତ ଟିକେଟ ମଧ୍ୟରେ ସମସ୍ତ ବର୍ଗର ଲୋକମାନେ କିପରି ଟିକେଟ ପାଇବେ ତାର ବ୍ୟବସ୍ଥା ଚାଲିଛି ବୋଲି ଏଡିଏମ ଡକ୍ତର ଶୁଭଙ୍କର ମହାପାତ୍ର କହିଛନ୍ତି।

Leave A Reply

Your email address will not be published.