ରାଉରକେଲା।: ଶୈବ୍ୟପୀଠ ବେଦବ୍ୟାସ ରେ ମହର୍ଷି ବ୍ୟାସଦେବଙ୍କ ପ୍ରତିମୂର୍ତ୍ତି ଉନ୍ମୋଚିତ।। ପୂର୍ବତନ କେନ୍ଦ୍ରମନ୍ତ୍ରୀ ଦିଲ୍ଲୀପ ରାୟ କଲେ ଉନ୍ମୋଚନ।

0 331

ରାଉରକେଲା ନିକଟ ପ୍ରସିଦ୍ଧ ଶୈବ୍ୟ ପୀଠ ବେଦବ୍ୟାସ ଠାରେ ମଙ୍ଗଳବାର ଦିନ ମହର୍ଷି ବ୍ୟାସ ଦେବଙ୍କ ପ୍ରତିମୂର୍ତ୍ତି ଉନ୍ମୋଚିତ ହୋଇଯାଇଛି। ପୂର୍ବତନ କେନ୍ଦ୍ରମନ୍ତ୍ରୀ ଦିଲ୍ଲୀପ ରାୟ ଆଜି କଳସ ଯାତ୍ରା ପରେ ମହର୍ଷିଙ୍କ ପ୍ରତିମା ଉନ୍ମୋଚନ କରିଥିଲେ। ମହର୍ଷି ବ୍ୟାସଦେବଙ୍କ ଗୁମ୍ଫା ସମ୍ମୁଖରେ ଏହି ପ୍ରତିମା ସ୍ଥାପନ କରାଯାଇଛି। ବେଦବ୍ୟାସ ଠାରେ ଥିବା ଏହି ଗୁମ୍ଫା ରେ ବ୍ୟାସଦେବ ମହାଭାରତ ରଚନା କରିଥିବାର କିମ୍ବଦନ୍ତୀ ରହିଛି। ବ୍ୟାସ ଦେବଙ୍କ ପ୍ରତିମା ସ୍ଥାପନ ପୂର୍ବରୁ ବ୍ରାହ୍ମଣୀ ନଦୀ କୂଳରୁ ପବିତ୍ର ଜଳ ଅଣାଯାଇ କଳସ ଯାତ୍ରା କରା ଯାଇଥିଲା। ଏହି କଳସ ଯାତ୍ରାରେ ପୂର୍ବତନ ବିଧାୟକ ଦିଲ୍ଲୀପ ରାୟଙ୍କ ସମେତ ବହୁ ଶ୍ରଦ୍ଧାଳୁ ଯୋଗ ଦେଇଥିଲେ। ବେଦବ୍ୟାସ ଶୈବ୍ୟ ପୀଠର ଯେପରି ଉନ୍ନତିକରଣ ହେବା କଥା ତାହା ହୋଇ ପାରିନାହିଁ। ଏଠାରେ ହେବାକୁ ଥିବା ରୋପ ୱେ ସେବା ରାଜନୈତିକ କାରଣ ଯୋଗୁଁ ବନ୍ଦ ପଡିଛି। ଏହି ସମସ୍ତ କାମ କରିବାକୁ ଉଦ୍ୟମ କରିବେ ବୋଲି ଶ୍ରୀ ରାୟ କହିଛନ୍ତି।

Leave A Reply

Your email address will not be published.