ରାଉରକେଲା : ବିଧାନସଭା ପରିବେଶ ହାଉସ ସବ କମିଟିର ରାଉରକେଲା ଗସ୍ତ।। ହକି ବିଶ୍ୱକପ ପୂର୍ବରୁ ବିଭିନ୍ନ କଳ କାରଖାନାର ପ୍ରଦୂଷଣ ରୋକିବାକୁ ଦାବି।

0 420

ରାଉରକେଲା : ୧୩/୧୨(ସତ୍ୟା ନ୍ୟୁଜ) ବିଧାନସଭାର ପରିବେଶ ସଂକ୍ରାନ୍ତୀୟ ହାଉସ ସବ କମିଟି ର ଏକ ପ୍ରତିନିଧି ଦଳ ଆଜି ଆସି ରାଉରକେଲାରେ ପହଞ୍ଚିଛନ୍ତି। ଏହି ଟିମ ରେ ସବ କମିଟିର ଚେୟାରମ୍ୟାନ ବିଧାୟକ ବଦ୍ରୀ ନାରାୟଣ ପାତ୍ର , ଉପ ମୁଖ୍ୟ ସଚେତକ ପ୍ରଶାନ୍ତ ମୁଦୁଲି , କେଉଁଝର ବିଧାୟିକା ମିନାକ୍ଷୀ ମହାନ୍ତ ପ୍ରମୁଖ ରହିଛନ୍ତି। ପୂର୍ବାହ୍ନରେ ଏହି ଟିମ କଲୁଙ୍ଗା ଶିଳ୍ପାଞ୍ଚଳ ସହ ଅନ୍ୟ ସ୍ଥାନରେ ଥିବା ବିଭିନ୍ନ ଶିଳ୍ପାନୁଷ୍ଠାନ ବୁଲି ଦେଖିଥିଲେ। ମୁଖ୍ୟତଃ ବାୟୁ , ଜଳ ପ୍ରଦୂଷଣ କରୁଥିବା ପ୍ରତିଷ୍ଠାନ ର କାର୍ଯ୍ୟକାରିତା ଉପରେ ଯାଞ୍ଚ କରାଯାଇ ସମୀକ୍ଷା କରାଯାଇଥିଲା। ଏହି କମିଟି କେତେ ଗୁଡିଏ ସ୍ପଞ୍ଜ ଆଇରନ କାରଖାନା ପକ୍ଷରୁ ଗ୍ରହଣ କରାଯାଇଥିବା ପ୍ରଦୂଷଣ ନିରୋଧ ପଦକ୍ଷେପ ସମ୍ପର୍କରେ ଯାଞ୍ଚ କରିଥିଲେ। ଆଗକୁ ସହରରେ ହକି ବିଶ୍ୱକପ ଥିବାରୁ ବହୁ ଅନ୍ତର୍ଜାତୀୟ କ୍ରୀଡ଼ାବିତ ଏବଂ କର୍ମକର୍ତ୍ତା ଏଠାକୁ ଆସିବେ। ହକି ଫେଡରେସନ ନିଶ୍ଚିତ ଭାବେ ପ୍ରଦୂଷଣ ଉପରେ ଗୁରୁତ୍ବାରୋପ କରିବେ। ଏହି ସନ୍ଦର୍ଭରେ ସ୍ଥାନୀୟ ଅଞ୍ଚଳର କେତେକ ସମାଜ ସେବୀ ପରିବେଶ ହାଉସ ସବ କମିଟି ର ସଦସ୍ୟ ମାନଙ୍କୁ ଭେଟି ଏକ ସ୍ମାରକପତ୍ର ପ୍ରଦାନ କରିଥିଲେ। ମୁଖ୍ୟତଃ ସ୍ପଞ୍ଜ ଆଇରନ କାରଖନା ଗୁଡିକ ପ୍ରଦୂଷଣ ନିରୋଧୀ ଯନ୍ତ୍ରପାତି କାର୍ଯ୍ୟକାରୀ କରୁ ନଥିବା ଅଭିଯୋଗ କରିଥିଲେ। ଏହା ସହ ରାଉରକେଲା , କେଉଁଝର ଝାରସୁଗୁଡା , ସମ୍ବଲପୁର କୁ ନେଇ ଏଠାରେ ଏକ ପ୍ରଦୂଷଣ ନିୟନ୍ତ୍ରଣ କାର୍ଯ୍ୟାଳୟର ଜୋନାଲ ଅଫିସ ଖୋଲିବାକୁ ଦାବି କରିଥିଲେ। ଯୁବ ସମାଜସେବୀ ରବୀନ୍ଦ୍ର ପ୍ରଧାନଙ୍କ ନେତୃତ୍ୱରେ ଏହି ପ୍ରତିନିଧି ଦଳରେ ଶଶିକାନ୍ତ ସିଂ , ରଞ୍ଜିତ ସିଂ , ବିଶାଳ ସିଂ , ସନ୍ତୋଷ ଲାଲ , ପ୍ରତାପ ମହାନ୍ତି , କାର୍ତ୍ତିକ ମୁଖୀ , ମହାବୀର ମୁଖୀ , ଆଶିଷ ଦାସ ପ୍ରମୁଖ ସାମିଲ ଥିଲେ । ରାଜଗାଙ୍ଗପୁର ବିଧାୟକ ରାଜନ ଏକ୍କା ମଧ୍ୟ ହାଉସ କମିଟି ସଦସ୍ୟଙ୍କ ସହ ଆଲୋଚନା କରିଥିଲେ।

Leave A Reply

Your email address will not be published.