ରାଉରକେଲା : ବଣେଇ , କୁଳିପୋଷ , ବାଙ୍କୀ ଫରେଷ୍ଟ ରେଞ୍ଜ ଦୁଇ ଦନ୍ତା ହାତୀ ଉପଦ୍ରବ ଜାରୀ।। ଧାନ , ପରିବା ,କଦଳୀ ଚାଷ ଖାଇ ନଷ୍ଟ କରୁଛନ୍ତି।
ସୁନ୍ଦରଗଡ ଜିଲ୍ଲା ବଣେଇ ଅଞ୍ଚଳରେ ଦୁଇଟି ଦନ୍ତା ହାତୀଙ୍କ ଉତ୍ପାତ ଜାରି ରହିଛି। ଏବେ ଧାନ ଅମଳ ସମୟ ହୋଇ ଥିବାରୁ ଦନ୍ତା ଦୁଇଟି କ୍ଷେତରେ ପଶି ଚାଷୀ ଅମଳ କରିଥିବା ଧାନ ଖାଇ ଯାଉଛନ୍ତି। ଫଳରେ ଚାଷୀର ବର୍ଷ ସାରା ପରିଶ୍ରମ ବେକାର ହୋଇଯାଉଛି। କେବଳ ସେତିକି ନୁହେଁ , ଦନ୍ତା ଦୁଇଟି ଗାଁ ମୁହାଁ ହୋଇ ବାଡ଼ି ବଗିଚା ରେ ପଶି ପନିପରିବା ,କଦଳୀ ଚାଷ ଆଦି ନଷ୍ଟ କରି ଦେଉଛନ୍ତି। ବନବିଭାଗ ଏବଂ ଗ୍ରାମବାସୀ ଏହି ହାତୀ ଦୁଇଟିକୁ ଘଉଡ଼ାଇ ଘଉଡ଼ାଇ ନାକେଦମ ହୋଇଗଲାଣି । ହାତୀ ଦୁଇଟିକୁ ବନ ବିଭାଗ ନଦୀ ପାର କରି ଘଞ୍ଚ ଜଙ୍ଗଲ କୁ ପଠାଇ ଦେଉଥିବା ବେଳେ ସେମାନେ ପୁଣି ଫେରି ଆସୁଛନ୍ତି। ମୁଖ୍ୟତଃ ବଣାଇ , ବାଙ୍କୀ , କୁଳିପୋଷ ଫରେଷ୍ଟ ରେଞ୍ଜ ରେ ଏହା ଦୁଇ ହାତୀଙ୍କ ଉପଦ୍ରବ ଜାରି ରହିଛି। ହାତୀ ସମସ୍ୟାର ସ୍ଥାୟୀ ପ୍ରତିକାର କରିବାକୁ ଗ୍ରାମବାସୀ ମାନେ ଦାବି କରିଛନ୍ତି।