ରାଉରକେଲା : ମଦ୍ୟପ ଡ୍ରାଇଭରଙ୍କ ଦ୍ରୁତ ଗାଡି ଚାଳନା ଯୋଗୁଁ ସିରିଜ ଦୁର୍ଘଟଣା।। ୧୦ ରୁ ଅଧିକ ଯାନ କ୍ଷତି ଗ୍ରସ୍ତ।। ବେପରୁଆ ଗାଡି ଚାଳନା ଉପରେ ଅଙ୍କୁଶ ଦେବାକୁ ଦାବି।
ରାଉରକେଲା : ୧୩/୧୨(ସତ୍ୟା ନ୍ୟୁଜ) ରାଉରକେଲା ସହର ମଧ୍ୟରେ କିଛିଦିନ ହେଲା ମଦ୍ୟପ ଡ୍ରାଇଭରଙ୍କ ଉତ୍ପାତ ବଢି ଯାଇଛି। ମଦ୍ୟପାନ କରି ଦ୍ରୁତ ଗତିରେ ଗାଡି ଚଲାଇ ସହରରେ ଆତଙ୍କର ବାତାବରଣ ସୃଷ୍ଟି କରୁଛନ୍ତି। ସୋମବାର ଅପରାହ୍ନରେ ଛେଣ୍ଡ କଲୋନୀ
ଭି ଏସ ଏସ ମାର୍କେଟ ସମ୍ମୁଖରେ ଏକ ଟାଟା ପିକ ଅପ ଭ୍ୟାନ ସିରିଜ ଦୁର୍ଘଟଣା ଘଟାଇ ଆତଙ୍କ ସୃଷ୍ଟି କରିଥିଲା। ମଦ୍ୟପ ଡ୍ରାଇଭରର ଏହି ଦାୟିତ୍ୱ ହୀନତା ଗାଡି ଚାଳନା ଯୋଗୁଁ ଅତି କମ ରେ ୧୦ ଟି ଗାଡି କ୍ଷତି ଗ୍ରସ୍ତ ହୋଇଥିଲା। ସୌଭାଗ୍ୟ ବଶତଃ ସେଠାରେ ଥିବା ଲୋକମାନଙ୍କର ବିଶେଷ କ୍ଷତି ହୋଇନଥିଲା। ଉତ୍ୟକ୍ତ ଲୋକ ମାନେ ଡ୍ରାଇଭରକୁ ଧରି ପୋଲିସ ଜିମା ଦେଇଥିଲେ।
ସେହିପରି କିଛି ଦିନ ପୂର୍ବରୁ ମହତାବ ରୋଡ଼ରେ ଜଣେ ମଦ୍ୟପ ଟ୍ରକ ଡ୍ରାଇଭର ଦ୍ରୁତ ଗତିରେ ଗାଡି ଚଲାଇ ବହୁ ଲୋକଙ୍କୁ ଆହତ କରିଥିଲା। ସେ ଗାଡିକୁ ମଧ୍ୟ ଲୋକମାନେ ଧରି ଥାନାରେ ଦେଇଥିଲେ।
ବେପରୁଆ ଗାଡି ଚାଳନା ଉପରେ ଅଙ୍କୁଶ ଲଗାଇବାକୁ କଡାକଡି କାର୍ଯ୍ୟାନୁଷ୍ଠାନ ନେବାକୁ ସାଧାରଣରେ ଦାବି ହେଉଛି।