ରାଉରକେଲା : ପଞ୍ଚମ ଦିନରେ ନଗର କ୍ରୀଡା ଉତ୍ସବ।। ୪ ଟି ଭଲି ବଲ ମ୍ୟାଚ ଅନୁଷ୍ଠିତ।। କାଲି ଠାରୁ ଫୁଟବଲ ମ୍ୟାଚ।

0 232

ରାଉରକେଲା :୧୨/୧୨(ସତ୍ୟା ନ୍ୟୁଜ) ପ୍ରବଳ ଉତ୍ସାହ ଓ ଉତ୍କଣ୍ଠା ମଧ୍ୟରେ ପଞ୍ଚମ ଦିନରେ ପହଞ୍ଚିଛି ରାଉରକେଲାର ନଗର କ୍ରୀଡ଼ା ଉତ୍ସବ । ଆଜିର ଦିବସରେ ଭଲିବଲ‌ରେ ଉଭୟ ଗ୍ରୁପ ‘ଏ’ ଓ ଗ୍ରୁପ ‘ବି’ ବିଭାଗରେ ୨ଟି ଲେଖାଏଁ ମ୍ୟାଚ୍‌ ଖେଳାଯାଇଥିଲା । ଏଥିରେ ବହୁ ସଂଖ୍ୟାରେ କ୍ରୀଡ଼ା ପ୍ରେମୀ ସାମିଲ ହୋଇ ଖେଳର ମଜା ଉଠାଇବା ସହ ଖେଳାଳିଙ୍କୁ ଉତ୍ସାହିତ କରିଥିଲେ ।
ରାଇଜିଂ କ୍ଳବ୍‌ (ସେକ୍ଟର ୨୦) ପରିସରରେ ଖେଳାଯାଇଥିବା ଗ୍ରୁପ ‘ଏ’ର ବାଲୁଘାଟ ବିପକ୍ଷ ମ୍ୟାଚ୍‌କୁ ୨୫-୧୪, ୨୫-୧୭ ପଏଣ୍ଟରେ ଜିତି ନେଇଥିଲା ଜଗଦା । ସେହିଭଳି ଅନ୍ୟ ଏକ ମ୍ୟାଚ‌ରେ ମ୍ୟୁନିସିପାଲ କଲେଜକୁ ଭେଟିଥିଲା ଇସ୍ପାତ ଷ୍ଟାଡିୟମ୍‌ (ସେକ୍ଟର-୬) । ଯାହାକୁ ୨୫-୧୧,୨୫-୦୮ ପଏଣ୍ଟରେ ଜିତି ନେଇଛି ଇସ୍ପାତ ଷ୍ଟାଡିୟମ୍‌ ଟିମ୍ ।
ସେହିଭଳି ଗ୍ରୁପ୍‌ ‘ବି’ ରେ ଖେଳାଯାଇଥିବା ପ୍ରଥମ ମ୍ୟାଚ‌କୁ ରାଇଜିଂ କ୍ଳବ୍‌ ୨୫-୧୯, ୨୫-୦୭ ପଏଣ୍ଟରେ ଜିତି ନେଇଥିବା ବେଳେ ଦ୍ବିତୀୟ ମ୍ୟାଚ‌ରେ ୨୫-୧୦, ୨୫-୧୯ ପଏଣ୍ଟରେ ବିଜୟୀ ହୋଇଛି ସିଭିଲ୍‌ ଚାର୍ଜସ୍‌ । ଆଜିର ମ୍ୟା‌ଚରେ ଏ. ଖାଲ‌କୋ, ଏସ୍‌ଏସ୍‌ ଦେହୁରି, ସୁମନ୍ତ ଓ ସଚ୍ଚିଦାନନ୍ଦ ସାହୁ ଶ୍ରେଷ୍ଠ ଖେଳାଳି ବିବେଚିତ ହୋଇଥିଲେ । ଅନ୍ୟପକ୍ଷରେ ମଙ୍ଗଳବାର ଠାରୁ ଫୁଟବଲ ବିଭାଗରେ ଖେଳ ଆରମ୍ଭ ହେବ । ଉଦିତ ନଗର ମିନି ଷ୍ଟାଡିୟମ୍‌ ଓ ଇସ୍ପାତ ଷ୍ଟାଡିୟମ୍‌ (ସେକ୍ଟର-୬) ପରିସରରେ ଦିନ ୧ଟାରୁ ଫୁଟବଲ ପ୍ରତିଯୋଗିତା ଖେଳାଯିବ ।

Leave A Reply

Your email address will not be published.