ରାଉରକେଲା : ସ୍ଥାନୀୟ ବିସ୍ଥାପିତ ସଂଘର ମହାନଗର ନିଗମ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା।। ସାତ ଦିନ
ଏ ଡି ଏମ୍ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦିଆଯାଇଥିଲା।

0 254

ଦାବି ପୂରଣ ଲାଗି ବିସ୍ଥାପିତ ସଙ୍ଘ ପକ୍ଷରୁ ଏ ଡି ଏମ୍ କାର୍ଯ୍ୟାଳୟ ସମ୍ମୁଖରେ ସାତ ଦିନ ଧରି ଧାରଣା ଦିଆ ଯାଇଥିଲା। ଦାବି ପୂରଣ ନହେବାରୁ କିମ୍ବା କେହି ତାଙ୍କ କଥା ନଶୁଣିବାରୁ ଆଜି ମହାନଗର ନିଗମ କଯ୍ୟାଳୟ ସମ୍ମୁଖରେ ସଙ୍ଘ ପକ୍ଷରୁ ଧାରଣା ଦିଆଯାଇଛି। ମହାନଗର ନିଗମ କାର୍ଯ୍ୟାଳୟରେ ଏ ଡି ଏମ୍ ଥିବାରୁ ଏହି ଧାରଣା ଏଠାରେ ଦିଆଯାଇଛି। ରଉରକେଲା ସ୍ଥାନୀୟ ବିସ୍ଥାପିତ ସଙ୍ଘ ୩୨ ମୌଜା ପକ୍ଷରୁ ସୋମବାର ଦିନ ଅତିରିକ୍ତ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରୁ ଧାରଣା ଉଠାଇ ଆର ଏମ୍ ସି କାର୍ଯ୍ୟାଳୟ ସମ୍ମୁଖରେ ଦିଆଯାଇଛି। ଦାବି ପୂରଣ ଲାଗି ଧାରଣା ସହ ଅନଶନ ମଧ୍ୟ ବିସ୍ଥାପିତ ସଙ୍ଘ ପକ୍ଷରୁ ଆରମ୍ଭ ହୋଇଥିଲା। ୧୧ ଶହ ବିସ୍ଥାପିତଙ୍କୁ ନିଯୁକ୍ତି ଏବଂ ୧ ହଜାର ୧୫ ଜଣଙ୍କ ଆବେଦନର ଯାଞ୍ଚ ଦାବିରେ ଏହି ଧାରଣା ଦିଆଯାଇଛି। ବାରମ୍ବାର ପ୍ରଶାସନ ଏବଂ ଆର ଏସ ପି କର୍ତ୍ତୃପକ୍ଷଙ୍କ ଦୃଷ୍ଟି ଆକର୍ଷଣ କଲେ ମଧ୍ୟ କୌଣସି ଫଳ ନମିଳିବାରୁ ସଙ୍ଘ ପକ୍ଷରୁ ଏହି ପଦକ୍ଷେପ ନିଆ ଯାଇଥିବା ସଂଘର ନେତା ମହେଶ୍ୱର ଟପ୍ପୋ କହିଛନ୍ତି। ଏ ବାବଦରେ ସାତ ଦିନ ପୂର୍ବରୁ ଜିଲ୍ଲା ପ୍ରଶାସନକୁ ଲିଖିତ ଭାବେ ସୂଚନା ଦିଆ ଯାଇଥିଲେ ମଧ୍ୟ କୌଣସି ଉତ୍ତର ନମିଳିବାରୁ ମହନଗର ନିଗମ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦିଆଯାଇଛି।

Leave A Reply

Your email address will not be published.