ରାଉରକେଲା : ରାଉରକେଲା ଓକିଲ ସଂଘର କୋର୍ଟ ସମ୍ମୁଖରେ ସତ୍ୟାଗ୍ରହ।। ଭାରତୀୟ ଏବଂ ରାଜ୍ୟ ଆଇନଜୀବୀ ପରିଷଦ ଷଡ଼ଯନ୍ତ୍ରର ପ୍ରତିବାଦ।
ପଶ୍ଚିମ ଓଡ଼ିଶାରେ ହାଇକୋର୍ଟର ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ଦାବିରେ ବହୁ ଦିନ ହେଲା ଆନ୍ଦୋଳନ ହୋଇ ଆସୁଛି। କିନ୍ତୁ ଏହି ଦାବି ପାଇଁ ହେଉଥିବା ଆନ୍ଦୋଳନକୁ ଭଣ୍ଡୁର କରିବା ଲାଗି ଉଦ୍ୟମ ଚାଲିଛି ବୋଲି ଅଭିଯୋଗ କରିଛି ରାଉରକେଲା ଓକିଲ ସଙ୍ଘ। ଭାରତୀୟ ଓ ରାଜ୍ୟ ଆଇନଜୀବୀ ପରିଷଦ ଏହି ଷଡ଼ଯନ୍ତ୍ର କରୁଥିବା ଅଭିଯୋଗ କରି ପ୍ରତିବାଦ ରେ ଆଜି ଓକିଲ ମାନେ ସତ୍ୟାଗ୍ରହ ଆନ୍ଦୋଳନ କରୁଛନ୍ତି। କୋର୍ଟ ସମ୍ମୁଖ ରେ ଧାରଣା ଦେଇ ସମ୍ପୂର୍ଣ୍ଣ ଭାବରେ କାର୍ଯ୍ୟବନ୍ଦ ଆନ୍ଦୋଳନ କରିଛନ୍ତି । ପଶ୍ଚିମ ଓଡ଼ିଶାରେ ହାଇକୋର୍ଟ ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ଜନ ସଧାରଣଙ୍କ ସୁବିଧା ଲାଗି ଉଦ୍ଦିଷ୍ଟ। ଓକିଲ ମାନେ ଲୋକଙ୍କ ସୁବିଧା ଲାଗି ଆନ୍ଦୋଳନ କରୁଛନ୍ତି ବୋଲି ଓକିଲ ସଂଘ ପକ୍ଷରୁ କୁହା ଯାଇଛି। ଭାରତୀୟ ଓ ରାଜ୍ୟ ଆଇନ ଜୀବୀ ପରିଷଦ ଓକିଲଙ୍କ ଦାବି ଉପସ୍ଥାପନ ନକରି ଏହା ବିରୁଦ୍ଧରେ ଷଡ଼ଯନ୍ତ୍ର କରିଥିବା ଅଭିଯୋଗ କରିଛନ୍ତି ରାଉରକେଲା ଓକିଲ ସଙ୍ଘ।