ରାଉରକେଲା : ହନୁମାନ ବାଟିକା କାନ୍ଥରୁ ଦେବାଦେବୀଙ୍କ ଫୋଟୋଚିତ୍ର ଲିଭାଇବାକୁ ଦାବି କଲା ବଜରଙ୍ଗ ଦଳ।। ଆର ଏମ୍ ସି କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ।

0 331

ରାଉରକେଲା : ୧୨/୧୨(ସତ୍ୟା ନ୍ୟୁଜ)
ରାଉରକେଲା ହନୁମାନ ବାଟିକା କାନ୍ଥରେ ଦେବାଦେବୀଙ୍କ ଫୋଟୋ ଚିତ୍ର ଅଙ୍କା ଯିବା ଘଟଣାକୁ ବିରୋଧ କରିଛି ବଜରଙ୍ଗ ଦଳ। କାନ୍ଥ ରୁ ଦେବାଦେବୀଙ୍କ ଫୋଟୋ ଚିତ୍ର ହଟାଇ ନେବା ଦାବିରେ ବଜରଙ୍ଗ ଦଳ ପକ୍ଷରୁ ମହନଗର ନିଗମ କାର୍ଯ୍ୟାଳୟ ସମ୍ମୁଖ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା। ରାସ୍ତା କଡ଼ କାନ୍ଥରେ ଦେବା ଦେବୀଙ୍କ ଫୋଟୋ ଚିତ୍ର ରହି ଲୋକ ମାନେ ଛେପ ପକାଇବା , ଲଘୁସଂଖ୍ୟା ଆଦି କରିବା ସମ୍ଭାବନା ରହିଛି। ଏହି ଯୁକ୍ତି ବାଢି ବଜରଙ୍ଗ ଦଳ ପକ୍ଷରୁ କାନ୍ଥରୁ ଫୋଟୋ ଚିତ୍ର ଲିଭାଇ ଦେବାକୁ ଦାବି କରା ଯାଇଥିଲା। ଦଳର ଏକ ପ୍ରତିନିଧି ଦଳ ଏ ବାବଦରେ ମହାନଗର ନିଗମ କମିଶନରଙ୍କୁ ଭେଟି ଏକ ସ୍ମାରକପତ୍ର ପ୍ରଦାନ କରିଥିଲେ। ତେବେ ଲୋକଙ୍କ ମନରେ ଧାର୍ମିକ ମନୋଭାବ ବଢାଇବାକୁ ଏହି ଫୋଟୋଚିତ୍ର କରାଯାଇଛି ବୋଲି ହନୁମାନ ବାଟିକା ସମ୍ପାଦକ ସୁବ୍ରତ ପଟ୍ଟନାୟକ କହିଛନ୍ତି। ଏହି କାମରେ ସହଯୋଗ କରିବାକୁ ସେ ସମସ୍ତଙ୍କୁ ନିବେଦନ କରିଛନ୍ତି।

Leave A Reply

Your email address will not be published.