ସୁନ୍ଦରଗଡ଼: ପଶ୍ଚିମ ଓଡ଼ିଶାରେ ହାଇକୋର୍ଟ ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା କରାଇ ନଦେବା ଲାଗି ଷଡ଼ଯନ୍ତ୍ର ଅଭିଯୋଗ।। ପ୍ରତିବାଦରେ କୋର୍ଟ ସମ୍ମୁଖରେ ଓକିଲ ସଂଘର ସତ୍ୟାଗ୍ରହ ଆନ୍ଦୋଳନ।

0 282

ପଶ୍ଚିମ ଓଡ଼ିଶାରେ ହାଇକୋର୍ଟର ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ଦାବିରେ ବହୁ ଦିନ ହେଲା ଆନ୍ଦୋଳନ ହୋଇ ଆସୁଛି। କିନ୍ତୁ ଏହି ଦାବି ପାଇଁ ହେଉଥିବା ଆନ୍ଦୋଳନକୁ ଭଣ୍ଡୁର କରିବା ଲାଗି ଉଦ୍ୟମ ଚାଲିଛି ବୋଲି ଅଭିଯୋଗ କରିଛି ସୁନ୍ଦରଗଡ ଓକିଲ ସଙ୍ଘ। ଭାରତୀୟ ଓ ରାଜ୍ୟ ଆଇନଜୀବୀ ପରିଷଦ ଏହି ଷଡ଼ଯନ୍ତ୍ର କରୁଥିବା ଅଭିଯୋଗ କରି ପ୍ରତିବାଦ ରେ ଆଜି ଓକିଲ ମାନେ ସତ୍ୟାଗ୍ରହ ଆନ୍ଦୋଳନ କରୁଛନ୍ତି। କୋର୍ଟ ସମ୍ମୁଖ ରେ ଧାରଣା ଦେଇ ସମ୍ପୂର୍ଣ୍ଣ ଭାବରେ କାର୍ଯ୍ୟବନ୍ଦ ଆନ୍ଦୋଳନ କରିଛନ୍ତି । ପଶ୍ଚିମ ଓଡ଼ିଶାରେ ହାଇକୋର୍ଟ ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ଜନ ସଧାରଣଙ୍କ ସୁବିଧା ଲାଗି ଉଦ୍ଦିଷ୍ଟ। ଓକିଲ ମାନେ ଲୋକଙ୍କ ସୁବିଧା ଲାଗି ଆନ୍ଦୋଳନ କରୁଛି ବୋଲି ଓକିଲ ସଂଘ ପକ୍ଷରୁ କୁହ ଯାଇଛି।

Leave A Reply

Your email address will not be published.