ରାଉରକେଲା ପୋଲିସ ଏକ ବଡ଼ ଧରଣର ଜୁଆ ଅଡ୍ଡା ଉପରେ ଚଢ଼ାଉ କରି ୧୨ ଜଣ ଜୁଆଡିଙ୍କୁ ଗିରଫ କରିଛନ୍ତି। ସେମାନଙ୍କ ଠାରୁ ନଗଦ ୧୩ ଲକ୍ଷ ଟଙ୍କା ଜବତ କରାଯାଇଛି।
ସୂଚନା ଅନୁଯାୟୀ ରାଉରକେଲା ର ତାରିଣୀ ମନ୍ଦିର ନିକଟରେ ଥିବା ହୋଟେଲ ରାଉରକେଲା ପ୍ୟାଲେସର ରୁମ୍ ନମ୍ବର ୧୦୫ ରେ ବଡ଼ ଧରଣର ଜୁଆ ଆଡ୍ଡା ଚାଲିଥିବା ବେଳେ ରାଉରକେଲା ରଘୁନାଥପାଲି ଥାନା ପୋଲିସ ସଦଳବଳେ ଚଢ଼ାଉ କରିଥଲେ। ଚଢ଼ାଉରେ ୧୨ ଜଣ ଜୁଆଡି ଗିରଫ ହୋଇଥିଲେ। ସେମାନଙ୍କ ନିକଟରୁ ମୋବାଇଲ ଫୋନ , ବାଇକ୍ ଏବଂ କାର ଜବତ୍ କରାଯିବା ସହ ନଗଦ ୧୩ ଲକ୍ଷ ଟଙ୍କା ଜବତ କରଯାଇଛି। ପାନପୋଷ ଏସଡିପିଓ ଶାନ୍ତା ନୁତୂନ ସାମଦ ଏହି ସୂଚନା ଦେଇଛନ୍ତି। ଏହା ଉପରେ ଅଧିକ ତଦନ୍ତ ଜାରି ରହିଛି ।
ରାଉରକେଲା, ରାଜଗାଙ୍ଗପୁର ଓ ବୀରମିତ୍ରପୁର ଅଞ୍ଚଳର ବ୍ୟବସାୟୀ ମାନେ ଏହି ଜୁଆ ଖେଳରେ ସାମିଲ ଥିବାର ଜଣାପଡିଛି । ପୋଲିସ ଏ ବାବଦରେ ହୋଟେଲ ମାଲିକଙ୍କୁ ମଧ୍ୟ ପଚରା ଉଚୁରା କରୁଛି।