ରାଉରକେଲା : ଷ୍ଟିଲ ଟାଉନଶିପ ଏବଂ ଫର୍ଟିଲାଇଜର ଟାଉନଶିପ ବସ୍ତି ଗୁଡିକୁ ‘ଜାଗା ମିଶନ’ ରେ ସାମିଲ କରିବାକୁ ଦାବି। ଦାବି କଲା ‘ମିଶନ ନଗର ନିଗମ’

0 324

ରାଉରକେଲା ଇସ୍ପାତ ସହରାଞ୍ଚଳ ଏବଂ ସାର ନଗରୀ ଅଞ୍ଚଳରେ ଥିବା ବସ୍ତି ବାସିନ୍ଦା ଏବଂ ଭୂମିହୀନଙ୍କୁ ‘ଜାଗା ମିଶନ’ ଯୋଜନାରେ ସାମିଲ କରିବାକୁ ଦାବି ହୋଇଛି। ଏହା ଛଡା ଉଭୟ ଅଞ୍ଚଳର ବିଭିନ୍ନ ଏରିଆ କୁ ନେଇ ୱାର୍ଡ ଗଠନ କରାଯାଇ ରାଉରକେଲା ବୃହତ ମହନଗର ନିଗମ ଗଠନ ଦାବି ହୋଇଛି। ଏହି ଦାବି କରିଛି ‘ମିଶନ ନଗର ନିଗମ’ ସଙ୍ଗଠନ। ଶୁକ୍ରବାର ଦିନ ସଙ୍ଗଠନର ସଦସ୍ୟ ମାନେ ମହନଗର ନିଗମର ଡେପୁଟି କମିଶନର ସୁଧାଂଶୁ ଭୋଇଙ୍କ ଦେଖା କରି ଦାବିପତ୍ର ପ୍ରଦାନ କରିଛନ୍ତି। ଷ୍ଟିଲ ଟାଉନଶିପ ଏବଂ ଫର୍ଟିଲାଇଜର ଟାଉନଶିପ କୁ ନେଇ ମହାନଗର ନିଗମ ଗଠନ ହେଲେ ଉକ୍ତ ଅଞ୍ଚଳ ଲୋକ ମାନେ ମୌଳିକ ସୁବିଧା ପାଇ ପାରିବେ ବୋଲି ଉକ୍ତ ଅଞ୍ଚଳ ବାସୀ କହିଛନ୍ତି।

Leave A Reply

Your email address will not be published.