ସୁନ୍ଦରଗଡ଼ : ଦନ୍ତାହାତୀ ବିଲରେ ପଶି ଖାଇ ଯାଉଛି ଅମଳ ଧାନ।। ଚାଷୀ ଫସଲ କାଟିଥିଲେ ମଧ୍ୟ ଆଣି ପାରୁନାହିଁ ଘରକୁ।

0 246

ସୁନ୍ଦରଗଡ : ୯/୧୨(ସତ୍ୟା ନ୍ୟୁଜ)
ପୁଣି ମାତିଲେଣି ହାତୀପଲ୍ଲ। ଗାଁ କୁ ହାତୀର ଅବାଧ ପ୍ରବେଶ ନେଇ ଲୋକେ ଆତଙ୍କିତ। ଏବେ ଧାନ ଅମଳର ସମୟ। କିନ୍ତୁ ଚାଷୀ ଧାନ କାଟୁ ଥିଲେ ମଧ୍ୟ ଘରକୁ ଆଣି ପାରୁ ନାହିଁ । ଏହା ଯାଉଛି ଦନ୍ତା ହାତୀ ପେଟକୁ । ଭଲ ଭାବେ ଦେଖନ୍ତୁ ଏହି ଦୃଶ୍ୟ। ବିଲ ଭିତରେ ପଶିଛି ଏକ ବିଶାଳକାୟ ଦନ୍ତା ହାତୀ ଏବଂ କ୍ଷଣିକ ଭିତରେ ସଫା କରି ଚାଲିଛି ଚାଷୀ ର ଏକର ଏକର ଧାନ ଫସଲ । ସମୟ ଠିକ ଦିନ ୧୨ଟା । ସୁନ୍ଦରଗଡ ଜିଲ୍ଲା ବଡଗାଁ ଫରେଷ୍ଟ ରେଞ୍ଜ ର ଏକମା ଗ୍ରାମ ଗଡଗଡ ପଡ଼ା ର ଚାଷୀ ନିଜ ଅମଳ ଧାନ କାଟିବା ରେ ବ୍ୟସ୍ତ ଥିଲେ । ଆଉ ଏହି ସମୟରେ ବିଲ ଭିତରକୁ ପଶି ଆସିଥିଲା ଏକ ବିଶାଳକାୟ ଦନ୍ତାହାତୀ । ହାତୀ କୁ ଦେଖି ଛତ୍ରଭଙ୍ଗ ଦେଇଥିଲେ ଚାଷୀ । ହାତୀ କ୍ଷଣକ ଭିତରେ ସବୁ ଧାନ ଖାଇ ସଫା କରିଦେଇଥିଲା। ଗତ ଏକ ମାସରୁ ଉର୍ଦ୍ଧ୍ବ କାଳ ହେବ ଝାରଖଣ୍ଡ ରୁ ୨୨ ଟିକିଆ ହାତୀପଲ୍ଲ ଆସି ଏହି ଅଞ୍ଚଳ ରେ ଚାଷୀ ଙ୍କ ଫସଲ ଉଜାଡ଼ିବା ରେ ଲାଗିଛନ୍ତି। ଚାଷୀ ଆତଙ୍କିତ ଅବସ୍ଥାରେ ଅଛନ୍ତି। ଅବଶ୍ୟ ହାତୀ ମାନଙ୍କର ଗତିବିଧି ଉପରେ ନଜର ରଖିବାକୁ ବନ ବିଭାଗ ପକ୍ଷରୁ ଆଧୁନିକ ସରଞ୍ଜମ ବ୍ୟବହାର କରାଯାଉଛି।

Leave A Reply

Your email address will not be published.