ରାଉରକେଲା ର ଏକ ଘରୋଇ ହସପିଟାଲ ରେ ଚିକତ୍ସାଧୀନ ଜଣେ ଯୁବକ ତୃତୀୟ ମହଲାରୁ ତଳକୁ ଡେଇଁପଡି ଗୁରୁତର ଆହତ ହୋଇଛନ୍ତି। ଗୁରୁବାର ରାତିରେ ଏହି ଘଟଣା ଘଟିଛି। ସୂଚନା ଅନୁଯାୟୀ ବଣେଇ ଅଞ୍ଚଳର ଜଣେ ୩୨ ବର୍ଷୀୟ ଯୁବକଙ୍କୁ ଆଣି ସ୍ଥାନୀୟ ଜେପି ହସପିଟାଲ ରେ ଭର୍ତ୍ତି କରାଯାଇଥିଲା। ଡାକ୍ତରଙ୍କ କହିବା ଅନୁଯାୟୀ ଉକ୍ତ ଯୁବକ ବିଷ ପାନ କରିଥିଲେ। ତାଙ୍କର ହସପିଟାଲରେ ଚିକିତ୍ସା ଚାଲିଥିବା ବେଳେ ଏହି ଅଭାବନୀୟ ଘଟଣା ଘଟିଥିଲା। ଏବେ ଉକ୍ତ ଯୁବକଙ୍କୁ ଜେପି ହସପିଟାଲ ରେ ଚିକିତ୍ସା କରାଯାଉଛି। ହସପିଟାଲ ଉପରୁ ଡେଇଁ ପଡିବାର କାରଣ ଜଣାପଡିନାହିଁ। ତେବେଏପରି ଉଦ୍ୟମ ଡିପ୍ରେସନ ଯୋଗୁଁ ହୋଇଥିବା ଅନୁମାନ କରାଯାଉଛି।