ରାଉରକେଲା : ଲାଞ୍ଚ ନେବା ବେଳେ କନିଷ୍ଠ ଯନ୍ତ୍ରୀ ଭିଜିଲାନ୍ସ ଟିମ ଦ୍ୱାରା ଗିରଫ।। ବିଲ ପାସ କରିବାକୁ ଠିକାଦାରଙ୍କ ଠାରୁ ନେଉଥିଲେ ଲାଞ୍ଚ।
ରାଉରକେଲା : ଲାଞ୍ଚ ନେବା ବେଳେ କନିଷ୍ଠ ଯନ୍ତ୍ରୀ ଭିଜିଲାନ୍ସ ଟିମ ଦ୍ୱାରା ଗିରଫ।। ବିଲ ପାସ କରିବାକୁ ଠିକାଦାରଙ୍କ ଠାରୁ ନେଉଥିଲେ ଲାଞ୍ଚ।
ରାଉରକେଲା : ୮/୧୨(ସତ୍ୟା ନ୍ୟୁଜ)
ଗିରଫ ହେଲେ ଗ୍ରାମ୍ୟ ଉନ୍ନୟନ ବିଭାଗର କନିଷ୍ଠ ଯନ୍ତ୍ରୀ ଦେବବ୍ରତ ସାହୁ। ଜଣେ ଠିକାଦାରଙ୍କ ଠାରୁ ୧୦ ହଜାର ଟଙ୍କା ଲାଞ୍ଚ ନେବା ବେଳେ ରାଉରକେଲା ଭିଜିଲାନ୍ସ ଟିମ ହାତରେ ଧରା ପଡି ଗିରଫ ହୋଇଛନ୍ତି। ଆଜି ତାଙ୍କୁ ସୁନ୍ଦରଗଡ଼ ଭିଜିଲାନ୍ସ କୋର୍ଟ ଚାଲାଣ କରାଯାଉଛି।
ମିଳିଥିବା ସୂଚନା ଅନୁଯାୟୀ ରାଉରକେଲା ଗ୍ରାମ୍ୟ ଉନ୍ନୟନ ଡିଭିଜନର କନିଷ୍ଠ ଯନ୍ତ୍ରୀ ଦେବବ୍ରତ ସାହୁ ଜଣେ ଠିକାଦାରଙ୍କ ବିଲ ପାସ କରି ଦେବାକୁ ୧୦ ହଜାର ଟଙ୍କା ଲାଞ୍ଚ ଦାବି କରିଥିଲେ। ଠିକାଦାର ଜଣଙ୍କ ଏ ବାବଦରେ ଭିଜିଲାନ୍ସ ଅଧିକାରୀଙ୍କୁ ଜଣାଇଥିଲେ। ବୁଧବାର ସନ୍ଧ୍ୟାରେ ଠିକାଦାରଙ୍କ ଠାରୁ ଲାଞ୍ଚ ଗ୍ରହଣ କଲାବେଳେ ଭିଜିଲାନ୍ସ ଟିମ ଉକ୍ତ କନିଷ୍ଠ ଯନ୍ତ୍ରୀଙ୍କୁ ମାଡି ବସିଥିଲେ। ଭିଜିଲାନ୍ସ ଡ଼ିଏସପି କାଦମ୍ବିନୀ ସାମଲଙ୍କ ନେତୃତ୍ୱରେ ଏହି ଚଢ଼ାଉ କରାଯାଇଥିଲା। ପରେ ଭିଜିଲାନ୍ସ ଅଧିକାରୀ ମାନେ ଜେ ଇ ଶ୍ରୀ ସାହୁଙ୍କ ଛେଣ୍ଡ କଲୋନୀ ସ୍ଥିତ ବାସଭବନ ଏବଂ କାର୍ଯ୍ୟାଳୟରେ ଚଢ଼ାଉ କରି କାଗଜପତ୍ର ଯାଞ୍ଚ କରିଥିଲେ। ଯାଞ୍ଚ ସମୟରେ ୧୦ ଲକ୍ଷରୁ ଉର୍ଦ୍ଧ୍ବ ଟଙ୍କାର ସୁନା ଗହଣା ଏବଂ ବିଭିନ୍ନ ବ୍ୟାଙ୍କ ରେ ଜମାରାଶି ସଂକ୍ରାନ୍ତୀୟ କାଗଜପତ୍ର ଜବତ ହୋଇଥିବା ସୂଚନା ମିଳିଛି। ଏ ବାବଦରେ ଅଧିକ ତଦନ୍ତ ଜାରି ରହିଛି।