ରାଉରକେଲା : ଜୋର ଧରିଲା ରାଉରକେଲାକୁ ସ୍ୱତନ୍ତ୍ର ଜିଲ୍ଲା ଦାବି।। ଜିଲ୍ଲା ଦାବିରେ ଓକିଲ ସଙ୍ଘ ପକ୍ଷରୁ ଧାରଣା।। ସମର୍ଥନ ଜଣାଇଲେ ବିଭିନ୍ନ ସଙ୍ଗଠନର କର୍ମକର୍ତ୍ତା।

0 327

ପୁଣି ଜୋର ଧରିଲା ରାଉରକେଲା କୁ ରାଜସ୍ୱ ଜିଲ୍ଲାର ମାନ୍ୟତା ଦାବି। ଏଥର ଏହି ଦାବି ଉଠାଇଛନ୍ତି ରାଉରକେଲା ଓକିଲ ସଙ୍ଘ। ବୁଧବାର ଦିନ ଓକିଲ ସଙ୍ଘ ପକ୍ଷରୁ ରାଉରକେଲା ଜିଲ୍ଲା ଦାବିରେ କୋର୍ଟ ସମ୍ମୁଖ ରାସ୍ତାରେ ଧାରଣା ଦିଆଯାଇଥିଲା। ଓକିଲ ସଙ୍ଘ କୁ ସମର୍ଥନ ଜଣାଇ ବିଭିନ୍ନ ରାଜନୈତିକ ଦଳର ଏବଂ ବିଭିନ୍ନ ଅନୁଷ୍ଠାନର କର୍ମକର୍ତ୍ତା ମାନେ ମଧ୍ୟ ଧାରଣାରେ ସାମିଲ ହୋଇଥିଲେ। ରାଉରକେଲା ବଣିକ ସଙ୍ଘ ମଧ୍ୟ ରାଉରକେଲା ଜିଲ୍ଲା ଦାବିକୁ ସମର୍ଥନ ଦେଇଥିଲା। ରାଉରକେଲା ସହ ପାନପୋଷ ଏବଂ ବଣେଇ ଉପଖଣ୍ଡକୁ ମିଶାଇ ସ୍ୱତନ୍ତ୍ର ରାଉରକେଲା ଜିଲ୍ଲା ଗଠନ କରିବାକୁ ମ୍ୟାପ ପ୍ରସ୍ତୁତ କରାଯାଇଛି। ଆଗାମୀ ଦିନରେ ସହରର ସବୁ ବର୍ଗର ଲୋକଙ୍କୁ ଏହି ଜିଲ୍ଲା ମିଶନ ରେ ସାମିଲ କରାଯାଇ ଦାବି ଜୋରଦାର କରାଯିବ ବୋଲି ଓକିଲ ସଙ୍ଘ ପକ୍ଷରୁ କୁହାଯାଇଛି।

Leave A Reply

Your email address will not be published.