ରାଉରକେଲା : ଆର ଏସ ପି ରେ ନିଯୁକ୍ତି ଦାବିରେ ସ୍ଥାନୀୟ ବିସ୍ଥାପିତ ସଂଘର ଏଡିଏମ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା।।

0 260

ରାଉରକେଲା ସ୍ଥାନୀୟ ବିସ୍ଥାପିତ ସଙ୍ଘ ୩୨ ମୌଜା ପକ୍ଷରୁ ସୋମବାର ଦିନ ଅତିରିକ୍ତ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦିଆଯାଇଛି। ଦାବି ପୂରଣ ଲାଗି ଧାରଣା ସହ ଅନଶନ ମଧ୍ୟ ବିସ୍ଥାପିତ ସଙ୍ଘ ପକ୍ଷରୁ ଆରମ୍ଭ ହୋଇଛି। ୧୧ ଶହ ବିସ୍ଥାପିତଙ୍କୁ ନିଯୁକ୍ତି ଏବଂ ୧ ହଜାର ୧୫ ଜଣଙ୍କ ଆବେଦନର ଯାଞ୍ଚ ଦାବିରେ ଏହି ଧାରଣା ଦିଆଯାଇଛି। ବାରମ୍ବାର ପ୍ରଶାସନ ଏବଂ ଆର ଏସ ପି କର୍ତ୍ତୃପକ୍ଷଙ୍କ ଦୃଷ୍ଟି ଆକର୍ଷଣ କଲେ ମଧ୍ୟ କୌଣସି ଫଳ ନମିଳିବାରୁ ସଙ୍ଘ ପକ୍ଷରୁ ଏହି ପଦକ୍ଷେପ ନିଆ ଯାଇଥିବା ସଂଘର ନେତା ମହେଶ୍ୱର ଟପ୍ପୋ କହିଛନ୍ତି। ଏ ବାବଦରେ ସାତ ଦିନ ପୂର୍ବରୁ ଜିଲ୍ଲା ପ୍ରଶାସନକୁ ଲିଖିତ ଭାବେ ସୂଚନା ଦିଆ ଯାଇଥିଲେ ମଧ୍ୟ କୌଣସି ଉତ୍ତର ନମିଳିବାରୁ ଏହି ଆନ୍ଦୋଳନ ଆରମ୍ଭ କରା ଯାଇଥିବା ସଙ୍ଘ ପକ୍ଷରୁ କୁହା ଯାଇଛି।

Leave A Reply

Your email address will not be published.