ରାଉରକେଲା : ଦକ୍ଷିଣ ରାଉରକେଲା ଅଞ୍ଚଳ ଅବହେଳିତ ଅଭିଯୋଗ।। ସ୍ମାର୍ଟ ସିଟି ସୌନ୍ଦର୍ଯ୍ୟକରଣ ଯୋଜନାରେ ସାମିଲ କରିବାକୁ ଦାବି।

0 373

ରାଉରକେଲା: ୫/୧୨(ସତ୍ୟା ନ୍ୟୁଜ) ଆସନ୍ତା ଜାନୁଆରୀ ମାସରେ ହକି ବିଶ୍ବକପ୍ କୁ ନେଇ ରାଉରକେଲା ସହର ଏବେ ନବବଧୂ ପରି ସଜେଇ ହେଉଛି। ଆନ୍ତର୍ଜାତିକ ହକି ଷ୍ଟାଡିୟମ୍ ନିର୍ମାଣ ସହ ସହରର ସୌନ୍ଦର୍ଯ୍ୟକରଣ ସହ ଆନୁସାଙ୍ଗିକ ରାସ୍ତାଘାଟ,ଫୁଟପାଥ, ରାସ୍ତା ର ଉଭୟ ପାର୍ଶ୍ଵ ଆଲୋକିକରଣ ,କାନ୍ଥବାଡ ରେ ଓଡ଼ିଶା ପରମ୍ପରା ଓ ସଂସ୍କୃତି ଛବି ଆଙ୍କିବା କାର୍ଯ୍ୟ ଜୋରସୋରରେ ଚାଲିଛି। ସହର ର ଗୋଟିଏ ପାର୍ଶ୍ୱ ଉଜ୍ବଳ ଆଲୋକ ରେ ଆଲୋକିତ ହେଉଥିବା ବେଳେ ଅନ୍ୟ ପାଖ ଦକ୍ଷିଣ ରାଉରକେଲା ସଂପୂର୍ଣ୍ଣ ଭାବେ ଅବହେଳିତ। ନାଁ ମହାନଗର ନିଗମ ରେ ନାଁ ପଞ୍ଚାୟତ ରେ ଯାଉନଥିବା ଏହି ଅଞ୍ଚଳ ରାଉରକେଲା ଇସ୍ପାତ କାରଖାନା ମଧ୍ୟ ସଂପୂର୍ଣ୍ଣ ଅଣଦେଖା କରି ଚାଲିଛି। ସମସ୍ତ ସୁବିଧା ସୁଯୋଗ ରୁ ବଞ୍ଚିତ ଏହି ଅଞ୍ଚଳ ବାସୀ ବିଶ୍ବକପ୍ ର କିଛି ଝଲକ ପ୍ରସ୍ପୁଟିତ କରିବା ପାଇଁ ମହାନଗର ନିଗମ କମିଶନର ଙ୍କ ପାଖରେ ଗୁହାରି କରିଛନ୍ତି। ସୋମବାର ପୂର୍ବାହ୍ନ ରେ ରଘୁନାଥପାଲି ନିର୍ବାଚନ ମଣ୍ଡଳୀର ପ୍ରାକ୍ତନ ବିଧାୟକ ପ୍ରାର୍ଥୀ ପ୍ରଶାନ୍ତ ସେଠୀଙ୍କ ନେତୃତ୍ୱରେ ଦକ୍ଷିଣ ରାଉରକେଲାର ବରିଷ୍ଠ ବ୍ୟକ୍ତି ବିଶେଷ ମାନେ ଏ ଅଞ୍ଚଳର ସୈାନ୍ଦର୍ଯିକରଣ କାର୍ଯ୍ୟ ପାଇଁ ଆର ଏମ୍ ସି କମିଶନରଙ୍କୁ ନିବେଦନ କରିବା ସହ ସ୍ମାର୍ଟ ସିଟି ର ମୋ ବସ୍ ପ୍ରଚଳନ ରେ ଏ ଅଞ୍ଚଳ କୁ ୩ଟି ବସ୍ ପ୍ରଦାନ କରିବା, ରାସ୍ତା ମରାମତି କରିବା ଆଦି ଦାବି ଉତଥାପନ କରିଥିଲେ। ଆରଏମସି କମିଶନର ଡକ୍ଟର ଶୁଭଙ୍କର ମହାପାତ୍ର ସମସ୍ତ ବିଷୟ ଧର୍ଯ୍ୟ ର ସହ ଶୁଣି ଏ ଦିଗରେ ଆବଶ୍ୟକୀୟ ପଦକ୍ଷେପ ନେବା ପାଇଁ ପ୍ରତିଶ୍ରୁତି ଦେଇଥିଲେ। ଏହି ଅବସରରେ ଜିଲ୍ଲା କଂଗ୍ରେସ ର ଇଣ୍ଟରିମ ସଭାପତି ଦେବବ୍ରତ ବିହାରୀ, ସୁଧାକର ମଲ୍ଲିକ,ସୁବାଷ ପାତ୍ର, ପ୍ରଫୁଲ୍ଲ ପରିଜା, ବନମାଳୀ ସାହୁ, ସୈାଭାଗ୍ୟ ସ୍ବାଇଁ,ତନ୍ମୟ ସେଠୀ, ନିଲୁ ସେଠୀ, କୈଳାସ ସାହୁ,ବିଶ୍ବ ରଞ୍ଜନ ରାଉତ, ଉମେଶ ଶରଣ, ରବିନ୍ଦ୍ର ନାଥ ବିଶ୍ବାଳ, ରଶ୍ମି ପାଢ଼ୀ ସମେତ ଦକ୍ଷିଣ ରାଉରକେଲାବାସୀ ଉପସ୍ଥିତ ଥିଲେ।

Leave A Reply

Your email address will not be published.