ରାଉରକେଲା : ହକି ବିଶ୍ୱକପ ପୂର୍ବରୁ ରାଉରକେଲା ଷ୍ଟେସନର ନବୀକରଣ କାମ ସାରିବାକୁ ଡି ଆର ଏମ୍ ଙ୍କ ନିର୍ଦ୍ଦେଶ। ଆବଶ୍ୟକତା ଦେଖି ସ୍ୱତନ୍ତ୍ର ଟ୍ରେନ ର ବ୍ୟବସ୍ଥା :- ଡି ଆର ଏମ୍

0 280

ରାଉରକେଲା : ୫/୧୨(ସତ୍ୟା ନ୍ୟୁଜ) ହକି ବିଶ୍ୱକପ ଆଉ ମାତ୍ର ୪୦ ଦିନରୁ କମ ରହିଥିବା ବେଳେ ରାଜ୍ୟ ସରକାର ଏବଂ ସ୍ଥାନୀୟ ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ଜୋର ଧରିଛି। ସୌନ୍ଦର୍ଯ୍ୟକରଣ ଏବଂ ବିକାଶମୂଳକ କାମ ଜୋରସୋରରେ ଚାଲିଛି। ଯାତାୟତ ଲାଗି ବିମାନ ସେବା , ବସ ସେବା କାମର ର ପ୍ରକ୍ରିୟା ଜାରି ରହିଥିବା ବେଳେ ରାଉରକେଲା ରେଳ ଷ୍ଟେସନ ର ସୌନ୍ଦର୍ଯ୍ୟକରଣ କାମ ମଧ୍ୟ ଚାଲିଛି। ହକି ବିଶ୍ୱକପ ଲାଗି ଷ୍ଟେସନ ସମେତ ପ୍ରଥମ ଏବଂ ଦୂତୀୟ ପ୍ରବେଶ ପଥକୁ ଆକର୍ଷକ କରିବାକୁ କାର୍ଯ୍ୟ ଆରମ୍ଭ ହୋଇଛି। ଏହାସହ ଟିକେଟ କାଉଣ୍ଟର ଠାରୁ ଆରମ୍ଭ କରି ଯାତ୍ରୀ ପ୍ରତିକ୍ଷାଳୟର ମଧ୍ୟ ନବୀକରଣ ହେଉଛି। ଏହି ସମସ୍ତ କାମର ତଦାରଖ କରିବାକୁ ଦକ୍ଷିଣ ପୂର୍ବ ରେଳବାଇ ଚକ୍ରଧରପୁର ଡିଭିଜନର ଡି ଆର ଏମ୍ ଅରୁଣ ରାଠୋର ରାଉରକେଲା ଷ୍ଟେସନ ଗସ୍ତ କରିଛନ୍ତି। ରେଳବାଇର ବରିଷ୍ଠ ଅଧିକାରୀଙ୍କ ସହ ଶ୍ରୀ ରାଠୋର ଷ୍ଟେସନର ବିଭିନ୍ନ କାର୍ଯ୍ୟର ଅଗ୍ରଗତି ବୁଲି ଦେଖିଥିଲେ। ହକି ବିଶ୍ୱକପ ପୂର୍ବରୁ ସମସ୍ତ ଉନ୍ନୟନ ମୂଳକ କାମ ସାରିବାକୁ ସେ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଆବଶ୍ୟକତା କୁ ଦେଖି ହକି ବିଶ୍ୱକପ ଲାଗି ସ୍ୱତନ୍ତ୍ର ଟ୍ରେନ ବ୍ୟବସ୍ଥା କରାଯାଇ ପାରିବ ବୋଲି ଡି ଆର ଏମ୍ କହିଛନ୍ତି।

Leave A Reply

Your email address will not be published.