ରାଉରକେଲା : ହକି ବିଶ୍ୱକପ ଲାଗି ପ୍ରସ୍ତୁତି ଜୋରଦାର।। ବିଶାଳକାୟ ହକି ଖେଳାଳିଙ୍କ ପ୍ରତୀକାତ୍ମକ ଇମେଜ ସ୍ଥାପିତ।

0 264

ରାଉରକେଲା : ୪/୧୨(ସତ୍ୟା ନ୍ୟୁଜ) ରାଉରକେଲା ରେ ଏବେ ହକି ମାନିଆ। ଜାନୁଆରୀ ୧୩ ତାରିଖରୁ ବିରସା ମୁଣ୍ଡା ହକି ଷ୍ଟାଡିମରେ ଖେଳାଯିବ ହକି ବିଶ୍ୱକପ ମ୍ୟାଚ। ହକି ବିଶ୍ୱକପ କୁ ସ୍ୱାଗତ କରିବାକୁ ରାଉରକେଲା ବାସୀ ବିଭିନ୍ନ କାର୍ଯ୍ୟକ୍ରମ ଜରିଆରେ ନିଜକୁ ସାମିଲ କରିଛନ୍ତି। ଅନ୍ୟ ପକ୍ଷରେ ହକି ବିଶ୍ୱକପକୁ ସ୍ମରଣୀୟ କରିବା ଲାଗି ସହରର ବିଭିନ୍ନ ସ୍ଥାନରେ ମନୁମେଣ୍ଟ ମାନ ସ୍ଥାପନ କରାଯାଉଛି। ଷ୍ଟାଡିଆମର ଏରୋଡ୍ରମ ପଟ ପ୍ରବେଶ ପଥ ନିକଟରେ ଏକ ବିଶାଳକାୟ ହକି ଖେଳାଳୀ ଙ୍କ ପ୍ରତିମୂର୍ତ୍ତି ସ୍ଥାପନ କରାଯାଇଛି। ହାତରେ ହକି ଷ୍ଟିକ ସହ ଖେଳାଳିଙ୍କ ପ୍ରତିମୂର୍ତ୍ତି ହକି ବିଶ୍ୱକପ ର ଏକ ପ୍ରତୀକାତ୍ମକ ଭାବ ସୃଷ୍ଟି କରୁଛି। ୩୦ ଫୁଟ ଉଚ୍ଚତା ବିଶିଷ୍ଟ ଏହି ପ୍ରତିମୂର୍ତ୍ତି ର ରଙ୍ଗ ଦିଅ କାମ ସରି ଯାଇଛି। କେବଳ ବାକି ରହିଛି ପାରିପର୍ଶ୍ୱକ ସୌନ୍ଦର୍ଯ୍ୟକରଣ କାମ। ହକି ଖେଳାଳୀଙ୍କ ଏହି ଆକର୍ଷକ ପ୍ରତିମୂର୍ତ୍ତି ଦେଖିବାକୁ ଏବେଠାରୁ ଭିଡ଼ ଲାଗିଲାଣି।

Leave A Reply

Your email address will not be published.