ରାଉରକେଲା : ହକି ବିଶ୍ୱକପ ପ୍ରସ୍ତୁତି।। ସହରର ପ୍ରବେଶ ଦ୍ୱାର ହକି ଛକ ଏବଂ ପାନପୋଷ ଗାନ୍ଧିଛକର ନବୀକରଣ।

0 275

ରାଉରକେଲା : ୩/୧୨(ସତ୍ୟା ନ୍ୟୁଜ) ହକି ବିଶ୍ୱକପ ଅନୁଷ୍ଠିତ ହେବାକୁ ଆଉ ମାତ୍ର ୪୦ ଦିନ ଥିବା ବେଳେ ରାଉରକେଲା ସହରର ସୌନ୍ଦର୍ଯ୍ୟକରଣ କାମ ଆଗେଇ ଚାଲିଛି। ସହରର ବିଭିନ୍ନ ରାସ୍ତାଘାଟର ସୌନ୍ଦର୍ଯ୍ୟକରଣ ୮୦ ପ୍ରତିଶତ ସରି ଯାଇଛି। ଏବେ ଚାଲିଛି ସହରର ଦୁଇଟି ପ୍ରବେଶ ଦ୍ୱାର ହକି ଛକ ଏବଂ ପାନପୋଷ ଗାନ୍ଧୀ ଛକର ନବୀକରଣ।
ପୂର୍ବରୁ ହକି ଛକରେ କେବଳ ଏକ ସ୍ମାରକୀ ରହିଥିଲା। ଏବେ ନବୀକରଣ ଯୋଜନାରେ ଛକ ମଝିରେ ଏକ ଗ୍ଲୋବ ର ସ୍ଥାପନା କରାଯାଇଛି। ଜାତୀୟ ରାଜପଥ କଡରେ ଲ୍ୟାଣ୍ଡ ସ୍କେପ କରାଯାଇ କୁତ୍ରିମ ଗୋଲାପର ବଗିଚା କରାଯାଇଛି। ଗୋଲାପ ଗଛ ଏବଂ ଫୁଲ କୁ ବିଦ୍ୟୁତ ସଂଯୋଗ କରା ଯାଇଥିବାରୁ ରାତିରେ ଏହା ଖୁବ ସୁନ୍ଦର ଲାଗୁଛି। ଛକ ନିକଟରେ ହକି ଖେଳାଳୀ ଙ୍କ ବଡ ବଡ ଇମେଜ ମଧ୍ୟ ଶୋଭା ପାଉଛି। ମୋଟ ଉପରେ ହକି ଛକର ସମ୍ପୂର୍ଣ୍ଣ ରୂପରେଖ ପରିବର୍ତ୍ତନ କରାଯାଉଛି।
ସେହିପରି ରାଉରକେଲା ସହରର ପ୍ରବେଶ ପଥ ପାନପୋଷ ର ଗାନ୍ଧୀ ଛକର ମଧ୍ୟ ନବୀକରଣ ଛାଲିଛି। ମହାତ୍ମା ଗାନ୍ଧୀଙ୍କ ପ୍ରତିମୂର୍ତ୍ତି ଥିବା ସ୍ଥାନର ସୌନ୍ଦର୍ଯ୍ୟକରଣ କରାଯାଉଛି। ଏହି ଛକକୁ ମଧ୍ୟ ନୂତନ ଭାବେ ସଜା ଯାଉଛି।
ଦେଖିବାକୁ ଗଲେ କେବଳ ଏହି ଦୁଇ ଛକର ନୁହେଁ ସମଗ୍ର ରାଉରକେଲା ସହରର ନବୀକରଣ କରାଯାଉଛି। ସୂଚନାଯୋଗ୍ୟଯେ ଆସନ୍ତା ଜାନୁଆରୀ ୧୩ ତାରିଖରୁ ଉଭୟ ଭୁବନେଶ୍ୱର ଏବଂ ରାଉରକେଲାରେ ହକି ବିଶ୍ୱକପ ମ୍ୟାଚ ଆରମ୍ଭ ହେବ।

Leave A Reply

Your email address will not be published.