ରାଉରେକଲା : ୨/୧୨(ସତ୍ୟା ନ୍ୟୁଜ) ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋଡ(ର୍ଏସ୍ପିସିବି) ରାଉରେକଲା ଆଂଚଳିକ ଶାଖା ପକ୍ଷରୁ ଜାତୀୟ ପ୍ରଦୂଷଣ ନିରାକରଣ ଦିବସ ତଥା ସେନ୍ସିଟାେଇଜସନ୍ ୱାକର୍ସପ୍ ଅଣ୍ଡର ଏନ୍ସିଏପି ସଂପକିର୍ତ ଏକ କମର୍ଶାଳା ଆରଏସ୍ପିର ସିପିଟିଆଇ ହଲ୍ଠୋର ଆଜି ଅନୁଷ୍ଠିତ ହୋଇଯାଇଛି । ଏଥିରେ ଆରଏସପିର ଇଡି (ୱାକ୍ସ)ର୍ ଏସ୍. ଆର. ସୂର୍ଯ୍ୟବଂଶୀ ମୁଖ୍ୟ ଅତିଥି ଭୋବ ଯୋଗ ଦେଇଥିଲେ। ରାଉରେକଲା ଏଡିଏମ ତଥା ଆରଏମସିର କମିଶନର ଡଃ ଶୁଭଙ୍କର ମହାପାତ୍ର, ଏନ୍ଆଇଟିର ପ୍ରେଫସର ଆରେ.କ. ପେଟଲ, ଫ୍ୟାକ୍ଟ୍ରି ଆଣ୍ଡ ବଏଲର ବିଭାଗର ଡେପୁଟି ଡାେଇରକ୍ଟର ଇଂ. ବିଭୁ ପ୍ରସାଦ, ରାଉରେକଲା ଆରଟିଓ ବିଭବ ସାମନ୍ତସିଂରାୟ ସମ୍ମାନିତ ଅତିଥି ଭୋବ ମଂଚାସୀନ ରହି ଏହି ଦିବସର ତାତ୍ପର୍ଯ୍ୟ ସଂପକରେ ବିଭିନ୍ନ ଦିଗରୁ ଅୋଲାଚନା କରିଥିଲେ । ଭୋପାଳ ଗ୍ୟାସ୍ ଦୁଘର୍ଟଣା ପରଠାରୁ ଆପତଃକାଳୀନ ବିପର୍ଯ୍ୟୟର ମୁକାବିଲା ପାଇଁ ପ୍ରତିବର୍ଷ ଜନସେଚତନତା ପାଇଁ ଏହି ଦିବସ ପାଳନ କରାଯାଇ ଆସୁଛି । ଶିଳ୍ପ ଓ ଖଣି ପ୍ରଭୃତିର ଯେଭଳି ଦୁଘର୍ଟଣାକୁ ଶୂନ ସ୍ତରକୁ ଅଣାଯାଇ ପାରିବ, ସେଥିପାଇଁ ପ୍ରେତ୍ୟେକ ନିଜ ନିଜ ସ୍ତରରେ ଉଦ୍ୟମ ଜାରି ରଖିବାକୁ ଅତିଥିମାନେ ଆହ୍ୱାନ ଦେଇଥିଲେ।
ବରିଷ୍ଠ ପରିବେଶ ବୈଜ୍ଞାନିକ ତଥା ଏସ୍ପିସିବିର ରାଉରେକଲା ଅଂଚଳିକ ଅଧିକାରୀ ଡଃ ବି.ବି. ଦାଶ ଏଥିରେ ଅଧ୍ୟକ୍ଷତା କରିବା ସହ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ । ପ୍ରଦୂଷଣ ନିରାକରଣ ପାଇଁ ବିଭାଗ ପକ୍ଷରୁ ନିଆଯାଉଥିବା ବିଭିନ୍ନ ପଦେକ୍ଷପ ସଂପକର୍ରେ ସେ ଆଲୋକପାତ କରି ଆପତଃକାଳୀନ ସ୍ଥିତି ପ୍ରତି କଳକାରଖାନା କ ୃର୍ପକ୍ଷ ସଜାଗ ରହିବାକୁ ପରାମର୍ଶ ଦେଇଥିଲେ । ରାଉରକେଲାର ବାୟୁ ପ୍ରଦୂଷଣର ମାତ୍ରାକୁ ହ୍ରାସ କରିବା ଦିଗେର ସେ ସମସ୍ତଙ୍କ ସହଯୋଗ କାମନା କରିଥିଲେ ।
ଏନ୍ଆଇଟି ରସାୟନ ବିଭାଗର ପ୍ରୋଫେସର ଆରେ.କ. ପେଟଲ ମୁଖ୍ୟ ବକ୍ତା ଭୋବ ଯୋଗ ଦେଇ ବୈଷୟିକ ପର୍ଯ୍ୟାୟରେ ବାୟୁ ପ୍ରଦୂଷଣ ସଂପକର୍ରେ ସନ୍ଦର୍ଭ ଉପସ୍ଥାପନ କରିଥିଲେ । ସେହିପରି ଆରଏସ୍ପି ଏନ୍ଭାରେମେଣ୍ଟ ଇଂଜିନିୟରିଂ ବିଭାଗର ମ୍ୟାନେଜର ରଜନୀ ପ୍ରଗ୍ଧା ଇସ୍ପାତ ଶିଳ୍ପ େର ପରିବେଶ ପରିଚାଳନା ସଂପକର୍ରେ ସନ୍ଦର୍ଭ ଉପସ୍ଥାପନ କରିଥିଲେ। ଏତଦ୍ବ୍ୟତୀତ ରାଉରେକଲୋର କଠିନ ବର୍ଜ୍ୟବସ୍ତୁ ପରିଚାଳନା ସଂପକର୍ରେ ଏସପିସିବିର ଡେପୁଟି ଏନ୍ଭାଇରୋମେ ଣ୍ଟ ଇଂଜିନିୟର ଆର. ଆର. ଦାସ, ରାଉରେକଲା ଆରଟିଓ ଯାନବାହନରୁ ନିଗର୍ତ ଧୂଆଁ ଓ ଶବ୍ଦର ପରିଚାଳନା ସଂପକର୍ରେ ଅାଲୋଚନା କରିଥିଲେ । କାର୍ଯ୍ୟକ୍ରମକୁ ଏସ୍ପିସିବିର ଡେପୁଟି ପରିବେଶ ଇଂଜିନିୟର ବିଜୟ କୁମାର ଭୋଇ ସେଂଯାଜନା କରିଥିଲେ । ଉଦ୍ଯାପନୀ ଉତ୍ସବେର ଅନ୍ୟ ଅତିଥିମାନଙ୍କ ସହ ଏନ୍ଟିପିସିର ଆଡିସିନାଲ ଜିଏମ ଜିତେନ୍ଦ୍ର କୁମାର ଦଳାଇ ମଂଚାସୀନ ଥିଲେ । ସେ ତାଙ୍କ ବକ୍ତବ୍ୟର ଶିଳ୍ପ କାରଖାନୋର ଉପୁଜୁଥିବା ଅଭ୍ୟନ୍ତରୀଣ ଓ ବାହ୍ୟ ଆପଦକାଳୀନ ସ୍ଥିତିକୁ କିପରି ମୁକାବିଲା କରାଯାଇପାରିବ ସେ ସଂପକର୍ରେ ରହିଥିବା ନୀତି ନିୟମ ସଂପକର୍ରେ ଆଲୋକପାତ କରିଥିଲେ। ଏହି ଦିବସ ଉପଲେକ୍ଷ ପୂବର୍ରୁ ଅନୁଷ୍ଠିତ ଚିତ୍ରାଙ୍କନ ଓ ବକ୍ତୃତା ପ୍ରତିଯୋଗିତାର କୃତି ପ୍ରତିଯୋଗୀଙ୍କୁ ଅତିଥିମାନଙ୍କ ଦ୍ୱାରା ପୁରସ୍କୃତ କରାଯାଇଥିଲା । ଏହି କାର୍ଯ୍ୟକ୍ରମ ରେ ବିଭିନ୍ନ ଶିଳ୍ପ, ଖଣି, ହସ୍ପିଟାଲ ଓ ବିଭିନ୍ନ ସରକାରୀ ବିଭାଗ ପ୍ରତିନିଧିମୋନ ଯୋଗ ଦେଇଥିଲେ। କାର୍ଯ୍ୟକ୍ରମ ପରିଚାଳନା ର ବିଭାଗୀୟ ସେକ୍ସନ ଅଫିସର ଅନୁପମ ଦ ଙ୍କ ସେମତ ସମସ୍ତ ଷ୍ଟାଫ ସହଯୋଗ କରିଥିଲେ ।