ରାଉରକେଲା : ‘ଭିନ୍ନକ୍ଷମ ନୁହନ୍ତି ଅକ୍ଷମ’।। ଏହି ବାର୍ତ୍ତା ଦିଆଗଲା ରାଉରକେଲାରେ।। ସହରରେ ବିଶ୍ୱ ଭିନ୍ନକ୍ଷମ ଦିବସ ପାଳିତ।

0 263

ରାଉରକେଲା : ୩/୧୨(ସତ୍ୟା ନ୍ୟୁଜ) ଏମାନେ ଅକ୍ଷମ ନୁହନ୍ତି ଭିନ୍ନ ଭାବରେ ସକ୍ଷମ। ଏହି ବାର୍ତ୍ତା ଦେବାକୁ ସାରା ବିଶ୍ୱରେ ଡିସେମ୍ବର ୩ ତାରିଖକୁ ଭିନ୍ନକ୍ଷମ ଦିବସ ଭବେ ପାଳନ କରାଯାଇଥାଏ। ବିଶ୍ୱ ଭିନ୍ନକ୍ଷମ ଦିବସ ପରିପ୍ରେକ୍ଷୀରେ ରାଉରକେଲା ରେ ବିଭିନ୍ନ କାର୍ଯ୍ୟକ୍ରମ ମାନ ଅନୁଷ୍ଠିତ ହୋଇଯାଇଛି। ଆଞ୍ଚଳିକ ପୁନର୍ବାସ ଓ ଗବେଷଣା କେନ୍ଦ୍ର ଏବଂ ଆଶା ଦୀପ ପକ୍ଷରୁ ବିଶ୍ୱ ଭିନ୍ନକ୍ଷମ ଦିବସ ଉପଲକ୍ଷେ ଏକ ସଚେତନତା ଶୋଭଯାତ୍ରା ର ଆୟୋଜନ କରାଯାଇଥିଲା। ରାଉରକେଲା ଏଡିଏମ ଡକ୍ଟର ଶୁଭଙ୍କର ମହାପାତ୍ର ଏହି ଶୋଭାଯାତ୍ରାକୁ ପତାକା ହଲାଇ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ। ଆଶାଦୀପ ର ପ୍ରତିଷ୍ଠାତା ରାମଚନ୍ଦ୍ର ବେହେରାଙ୍କ ପ୍ରତ୍ୟକ୍ଷ ତ୍ୱତ୍ତାବଧାନ ରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ସହରର ବିଭିନ୍ନ ଅନୁଷ୍ଠାନର ଭିନ୍ନକ୍ଷମ ମାନେ ଯୋଗ ଦେଇଥିଲେ। ଶୋଭଯାତ୍ରା ଛେଣ୍ଡ କଲୋନୀ ଥାନା ନିକଟରୁ ବାହାରି
ଏସ ଓ ଏସ ଭିଲେଜ ପର୍ଯ୍ୟନ୍ତ ଯାଇଥିଲା। ଭିନ୍ନକ୍ଷମ ମାନେ କୌଣସି ପ୍ରକାର ର ଅନ୍ୟ ମାନଙ୍କ ଠାରୁ କମ ନୁହନ୍ତି ବୋଲି ଯୋଗ ଦେଇଥିବା ଅତିଥି ମାନେ ବାର୍ତ୍ତା ଦେଇଥିଲେ।

Leave A Reply

Your email address will not be published.