ରାଉରକେଲା : ପାୱାର ହାଉସ ରୋଡ଼ ପାର୍କିଙ୍ଗ ନିକଟ ରାସ୍ତାର ଅବସ୍ଥା ଶୋଚନୀୟ।। ଶୀଘ୍ର ମରାମତି ଲାଗି ବିଭାଗୀୟ କର୍ତ୍ତୃପକ୍ଷଙ୍କୁ ଦାବି।
ରାଉରକେଲା : ୨/୧୨(ସତ୍ୟା ନ୍ୟୁଜ)
ଗୋଟିଏ ପକ୍ଷେ ହକି ବିଶ୍ୱକପ ଲାଗି ରାଉରକେଲା ଇସ୍ପାତ ସହରର ବିଭିନ୍ନ ରାସ୍ତାଘାଟର ସୌନ୍ଦର୍ଯ୍ୟକରଣ କାମ ଜୋରସୋରରେ ଚାଲିଥିବା ବେଳେ ଅନ୍ୟପକ୍ଷରେ କେତେକ ରାସ୍ତା ଚାଲିବା ଉପଯୋଗୀ ନାହିଁ। ବାରମ୍ବାର ଅଭିଯୋଗ ସ୍ଵତ୍ତ୍ୱେ ମଧ୍ୟ ରାସ୍ତା ମରାମତି ହେଉନାହିଁ। ଏପରି ଏକ ରାସ୍ତା ହେଉଛି ପାୱାର ହାଉସ ରୋଡ଼ର ପାର୍କିଂ ସ୍ଥଳ ନିକଟରେ। ରିଙ୍ଗ ରୋଡ଼ ରୁ ଆଖଣ୍ଡଳମଣୀ ମନ୍ଦିର ପର୍ଯ୍ୟନ୍ତ ରାସ୍ତାର ଅବସ୍ଥା ଖରାପ ଥିବା ବେଳେ ପାର୍କିଙ୍ଗ ସ୍ଥଳର ପ୍ରଥମ ଗେଟ ନିକଟରେ ରାସ୍ତା ଅବସ୍ଥା ଅତି ଶୋଚନୀୟ ହୋଇ ପଡିଛି। ରାସ୍ତା ଉପରେ ବଡ଼ ବଡ଼ ଖାଲ ହୋଇଥିବାରୁ ଯାତାୟାତରେ ଅସୁବିଧା ସୃଷ୍ଟି ହେଉଛି। ଏବେ ପୁଣି ପାଇପ ଫାଟି ରାସ୍ତା ଖାଲ ରେ ପାଣି ଜମି ରହୁଛି। ରାସ୍ତାର ଦୁରାବସ୍ଥା ବାବଦରେ କିଛି ଦିନ ପୂର୍ବରୁ ମହାନଗର ନିଗମ ଅଧିକାରୀଙ୍କ ଦୃଷ୍ଟି ଆକର୍ଷଣ କରିବା ପରେ ରାସ୍ତା ମରାମତି ହୋଇଥିଲା। କିନ୍ତୁ ଏବେ ପୂର୍ବବସ୍ଥା ଅପେକ୍ଷା ରାସ୍ତା ଆହୁରି ଶୋଚନୀୟ ହୋଇ ପଡିଛି। ବିଭାଗୀୟ କର୍ତ୍ତୃପକ୍ଷ ଏଥିପ୍ରତି ଦୃଷ୍ଟି ଦେବାକୁ ଦାବି ହେଉଛି।