ରାଉରକେଲା : ସ୍ୱତନ୍ତ୍ର ଜିଲ୍ଲା ଦାବିରେ ୬ ଘଣ୍ଟିଆ ବଣାଇ ବନ୍ଦ।। ଦୋକାନ ବଜ଼ାର ବନ୍ଦ।। ଯାନବାହାନ ଚଳାଚଳ ପ୍ରଭାବିତ।

0 339

ରାଉରକେଲା : ୨/୧୨(ସତ୍ୟା ନ୍ୟୁଜ):
ସୁନ୍ଦରଗଡ଼ ଜିଲ୍ଲାର ବଣାଇ ଉପଖଣ୍ଡକୁ ସ୍ୱତନ୍ତ୍ର ଜିଲ୍ଲା ମାନ୍ୟତା ଦେବା ଦାବିରେ ଶୁକ୍ରବାର ଦିନ ବଣାଇ ବନ୍ଦ ଡାକରାର ପ୍ରଭାବ ବହୁଳ ଭାବେ ପଡିଛି। ବଣାଇ ସହର ସମେତ ସମଗ୍ର ଉପଖଣ୍ଡରେ ଦୋକାନ ବଜ଼ାର ସମ୍ପୂର୍ଣ୍ଣ ବନ୍ଦ ରହିଛି। ୧୪୩ ଏବଂ ୨୧୫ ନମ୍ବର ଜାତୀୟ ରାଜପଥରେ ଯାନବାହାନ ଚଳାଚଳ ସମ୍ପୂର୍ଣ୍ଣ ବନ୍ଦ ରହିଛି। ଆନ୍ଦୋଳନକାରୀ ମାନେ ବିଭିନ୍ନ ସ୍ଥାନରେ ରାସ୍ତାରୋକ କରିଛନ୍ତି। ଫଳରେ ଉଭୟ ପାର୍ଶ୍ୱରେ ଶହଶହ ଗାଡି ମଟର ଅଟକି ରହିଛି। ବଣାଇ ଉପଖଣ୍ଡରୁ ରାଜ୍ୟ ସରକାର ଅଧିକ ରାଜସ୍ୱ ପାଉଥିବା ବେଳେ ଏହି ଅଞ୍ଚଳକୁ ଅବହେଳା କରାଯାଉଥିବା ଅଭିଯୋଗ ହେଉଛି। ଆଜି ବଣାଇ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ଏହି ୬ ଘଣ୍ଟିଆ ବନ୍ଦ ଡାକରା ଦିଆଯାଇଛି।

Leave A Reply

Your email address will not be published.