ସୁନ୍ଦରଗଡ : ସ୍ଵତନ୍ତ୍ର ସଂକ୍ଷିପ୍ତ ଭୋଟର ତାଲିକା ସଂଶୋଧନ।। ସମସ୍ତ ରାଜନୈତିକ ଦଳ ବୈଠକ ଅନୁଷ୍ଠିତ।

0 262

ସୁନ୍ଦରଗଡ଼ : ୧/୧୨(ସତ୍ୟା ନ୍ୟୁଜ) ଆଜି ସ୍ଥାନୀୟ ସଦଭାବନା ଭବନ ଠାରେ ସ୍ଵତନ୍ତ୍ର ସଂକ୍ଷିପ୍ତ ଭୋଟର ତାଲିକା ସଂଶୋଧନ କାର୍ଯ୍ୟକ୍ରମ ଅନ୍ତର୍ଗତ ସମସ୍ତ ରାଜନୈତିକ ଦଳ ଗୁଡ଼ିକ ସହିତ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି I ଉତ୍ତରାଞ୍ଚଳ ରାଜସ୍ବ ଆୟୁକ୍ତ ଶ୍ରୀ ସୁରେଶ ଚନ୍ଦ୍ର ଦଳେଇ ଏହି ବୈଠକରେ ଅଧ୍ୟକ୍ଷତା କରିଥିଲେ I ନୂତନ ଭୋଟର ଙ୍କ ନାମ ପଞ୍ଜୀକରଣ କିମ୍ବା ତାଲିକା ରୁ ନାମ କାଟିବା ବା ବାଦ୍ ଦେବା, ଭୋଟର ତାଲିକା ରେ ତ୍ରୁଟି ସଂଶୋଧନ, ଗୋଟିଏ ନିର୍ବାଚନ ମଣ୍ଡଳୀ ରୁ ଅନ୍ୟ ଗୋଟିଏ ନିର୍ବାଚନ ମଣ୍ଡଳୀ କୁ ସ୍ଥାନାନ୍ତରଣ, ଭୋଟର ହେଲ୍ପଲାଇନ ର ବ୍ୟବହାର ଏବଂ ଏହି ସବୁ ସୁବିଧା ପାଇବା ନିମନ୍ତେ ଆବଶ୍ୟକ ଥିବା ଫର୍ମ ଆଦି ସମ୍ପର୍କରେ ବୈଠକରେ ଆଲୋଚନା କରାଯାଇଥିଲା I ସେହିପରି ଜନସାଧାରଣ ଙ୍କର ଭୋଟର ତାଲିକା ସଂଶୋଧନ ସମ୍ପର୍କିତ କୌଣସି ଆପତ୍ତି ଅଭିଯୋଗ ଥିଲେ ଉପ -ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ଠାରେ ଜଣାଇ ପାରିବେ I କୌଣସି ଯୋଗ୍ୟ ଭୋଟର ଯେମିତି ଭୋଟର ତାଲିକା ରେ ନିଜ ନାମ ପଞ୍ଜୀକରଣ ରୁ ବାଦ୍ ପଡ଼ିବେ ନାହିଁ ସମ୍ପର୍କରେ ବିଶେଷ ଧ୍ୟାନ ଦେବାକୁ ଶ୍ରୀ ଦଳେଇ ଗୁରୁତ୍ୱାରୋପ କରିଥିଲେ I
ବୈଠକରେ ଜିଲ୍ଲାପାଳ ଡକ୍ଟର ପରାଗ ଗଭାଲି, ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ଶ୍ରୀ ମହାଜନ ମନୋଜ ସତ୍ୟବାନ୍, ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ରବି ନାରାୟଣ ସାହୁ ଓ ଅଭିମନ୍ୟୁ ବେହେରା, ଉପଜିଲ୍ଲାପାଳ ସଦର ଶ୍ରୀ ଦାଶରଥି ସରାବୁ, ପାନପୋଷ ଉପଜିଲ୍ଲାପାଳ ଶ୍ରୀ ଅଭିମନ୍ୟୁ ମାଝୀ, ବନେଇ ଉପଜିଲ୍ଲାପାଳ ଶ୍ରୀ ସୁରଞ୍ଜନ ସାହୁ , ବିଭିନ୍ନ ରାଜନୈତିକ ଦଳ ପ୍ରତିନିଧି ଏବଂ ବିଭାଗୀୟ ଅଧିକାରୀ ମାନେ ଉପସ୍ଥିତ ଥିଲେ I
ବୈଠକ ପରେ ପରେ ଉତ୍ତରାଞ୍ଚଳ ରାଜସ୍ବ ଆୟୁକ୍ତ ଶ୍ରୀ ଦଳେଇ ବିଭିନ୍ନ ବୁଥ ଯଥା- ଟାଉନ ପ୍ରାଥମିକ ବିଦ୍ୟାଳୟ, ବି. ଏସ୍. ଉଚ୍ଚ ବିଦ୍ୟାଳୟ, ରଙ୍ଗାଢିପା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଆଦି ପରିଦର୍ଶନ କରିଥିଲେ ଏବଂ ବୁଥ ସ୍ତରୀୟ ଅଧିକାରୀ ମାନଙ୍କ ସହ ଆଲୋଚନା କରିଥିଲେ I

Leave A Reply

Your email address will not be published.