ରାଉରକେଲା : ବିଶ୍ୱ ଏଡ଼ସ୍ ଦିବସ ପରିପ୍ରେକ୍ଷୀରେ ସଚେତନତା ଶୋଭଯାତ୍ରା ଆୟୋଜିତ।। ବିଭିନ୍ନ ନର୍ସିଂ କଲେଜ , ଏନଜିଓ ର କର୍ମକର୍ତ୍ତାଙ୍କ ଅଂଶଗ୍ରହଣ।

0 248

ବିଶ୍ୱ ଏଡସ୍ ଦିବସ ଅବସରରେ ରାଉରକେଲା ସରକାରୀ ହସ୍ପିଟାଲରୁ ଏକ ସଚେତନତା ଶୋଭଯାତ୍ରା ବାହାରି ସହର ପରିକ୍ରମା କରିଥିଲା। ଏହି ସଚେତନତା ରାଲି ରେ ସୁନ୍ଦରଗଡ ନର୍ସିଂ କଲେଜ ସମେତ ବିଭିନ୍ନ ଏନ ଜି ଓ
ର କର୍ମକର୍ତ୍ତା, ରାଉରକେଲା ଇନଷ୍ଟିଚ୍ୟୁଟ୍ ଅଫ୍ ନର୍ସିଂ, ଜଗଦା ନର୍ସିଂ କଲେଜ , ଶ୍ରୀ ରାମ ନର୍ସିଂ କଲେଜ ଏବଂ ବିଭିନ୍ନ
ଏନ ଜି ଓ ର ସଦସ୍ୟ ମାନେ ଅଂଶଗ୍ରହଣ କରିଥିଲେ । ପରେ ଇଣ୍ଡିଆନ ମେଡିକାଲ ଆସୋସିଏସନ ହଲରେ ଏକ ସଭାର ଆୟୋଜନ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ରାଉରକେଲା ସରକାରୀ ଡାକ୍ତରଖାନାର ନିର୍ଦ୍ଦେଶକ ସାନ୍ତୋଷ କୁମାର ସ୍ୱାଇଁ ଅଧ୍ୟକ୍ଷତା କରିଥିଲେ। ଅତିଥି ଭାବେ ଡକ୍ତର ଭରତ କୁମାର କକ୍କର , ଡକ୍ଟର ପଣ୍ଡିତ ସାହୁ ଡକ୍ଟର ନିରଂଜନ ଭୋଳ , ଡକ୍ତର ସୁଧା ରାଣୀ ପ୍ରଧାନ , ଡକ୍ତର ବଳରାମ ବାହରା ଡକ୍ଟର ପୁଷ୍ପା ରାନୀ ମିଶ୍ର , ଡକ୍ଟର ମମତା ଦାସ ପ୍ରମୁଖ ଯୋଗ ଦେଇଥିଲେ । ଠିକ ସମୟରେ ଏଚ ଆଇ ଭି ପଜେଟିଭ ଚିହ୍ନଟ ହେଲେ ସଠିକ ଉପଚାର ହୋଇ ପାରିବ ବୋଲି ମତ ପ୍ରକାଶ ପାଇଥିଲା।
ଏହି ଅବସରରେ ଏକ କୁଇଜ୍ ପ୍ରତିଯୋଗିତା ମଧ୍ୟ ଆୟୋଜିତ ହୋଇଥିଲା। ବିଜେତା ପ୍ରତିଭାମାନଙ୍କୁ ପୁରସ୍କୃତ କରାଯାଇଥିଲା।

Leave A Reply

Your email address will not be published.