ରାଉରକେଲା : ଜିଲ୍ଲା ମାନ୍ୟତା ପ୍ରଦାନ ଦାବିରେ ଶୁକ୍ରବାର ଦିନ ବଣାଇ ବନ୍ଦ।। ୬ ଘଣ୍ଟିଆ ବନ୍ଦ ଡାକରା ଦେଲେ ବଣାଇ ଜିଲ୍ଲା କ୍ରିୟାନୁଷ୍ଠାନ କମିଟି।
ରାଉରକେଲା : ୧/୧୨(ସତ୍ୟା ନିୟୁଜ) ଶୁକ୍ରବାର ଦିନ ଦିଆଯାଇଛି ବଣାଇ ବନ୍ଦ ଡାକରା। ବଣାଇ ଉପଖଣ୍ଡକୁ କୁ ଜିଲ୍ଲା ମାନ୍ୟତା ପ୍ରଦାନ ଦାବିରେ ଏହି ବନ୍ଦ ଡାକରା ବଣାଇ ଜିଲ୍ଲା କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ଦିଆଯାଇଛି। ଆସନ୍ତାକାଲି ସକାଳ ୮ଟାରୁ ଦିନ ୨ଟା ପର୍ଯ୍ୟନ୍ତ ଏହି ୬ ଘଣ୍ଟିଆ ବନ୍ଦ ଡାକରା ଦିଆଯାଇଛି। ବଣାଇ କୁ ଜିଲ୍ଲାର ମାନ୍ୟତା ଦେବାକୁ ବହୁ ଦିନ ହେଲା ଦାବି ହୋଇ ଆସୁଛି। କିନ୍ତୁ ସରକାର ଏଥିପ୍ରତି କର୍ଣ୍ଣପାତ ନକରି ପଦମପୁର କୁ ଜିଲ୍ଲା ମାନ୍ୟତା ଦେବାକୁ ଆଗ୍ରହୀ ଥିବାରୁ ବଣାଇ ବାସୀ ଅସନ୍ତୋଷ ପ୍ରକାଶ କରିଛନ୍ତି। ଜିଲ୍ଲା ଦାବି ନେଇ ବଣାଇ ଜିଲ୍ଲା କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ଗୁରୁବାର ଦିନ ଏକ ଶୋଭାଯାତ୍ରା ବାହାରି ଥିଲା। ଏ ବାବଦରେ ବଣାଇ ଏସଡିପିଓ ଙ୍କୁ ଦାବି ପତ୍ର ପ୍ରଦାନ କରାଯାଇଛି। ଆସନ୍ତା କାଲି ସମସ୍ତ ଦୋକାନ ବଜାର, ସ୍କୁଲ କଲେଜ , ସରକାରୀ କାର୍ଯ୍ୟାଳୟ , ବ୍ୟାଙ୍କ, ଯାନ ବାହାନ ଚଳାଚଳ ବନ୍ଦ ରହିବା ସହ ଅର୍ଥ ନୈତିକ ଅବରୋଧ କରାଯିବ ବୋଲି କ୍ରିୟାନୁଷ୍ଠାନ କମିଟି ପକ୍ଷରୁ କୁହାଯାଇଛି।